ସାର ବିକ୍ରି ରେ ଚାଲିଛି କଳା ବଜାରୀ ଚାଷୀ ହନ୍ତ ସନ୍ତ

ଶେରଗଡ଼,(ବିଭୁ ପ୍ରସାଦ ଦାଶ):ମହାମାରୀ କରୋନା ଭୁତାଣୁ ବା କୋଭିଡ଼- ୧୯ ଦୀର୍ଘ ପାଞ୍ଚ ରୁ ଛଅ ମାସ ହେଲା ଦିନ କୁ ଦିନ ଦିନ ଧରି ତାର କାୟା ବିସ୍ତାର କରିଚାଲିଛି । ଏହାକୁ ରୋକିବାକୁ ପ୍ରଶାସନ ଦିନ ରାତି ଏକ ଦେଇଛନ୍ତି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଗରିବ ଖଟିଖିଆ ଚାଷୀ ମାନଙ୍କ ଜୀବନ ଜୀବିକା ଉପରେ ସମ୍ପୂର୍ଣ ପ୍ରଭାବ ପଡିଛି । ଏ ଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ଥିବା ସୋସାଇଟି ଅଫିସ ରେ ଅଫିସର ରେ ଅଫିରମାନେ କଳାବଜାରୀ କରି କେଉଁ ଦୋକାନୀ କୁ ୩୦ ବସ୍ତା ତ ଆଉ କୋଉ ଲୋକ ଙ୍କୁ ୪୦ ବସ୍ତା ମନ ଇଚ୍ଛା ପିଢି଼ଆ (ସାର )ଦେଉଛନ୍ତି ଚାଷୀ ମାନେ ଲମ୍ବା ଲାଇନ ଲଗାଇ ହନ୍ତ ସନ୍ତଜ୍ଝ ଆମ ପ୍ରତିଦିନ ଓ ଉତ୍କଳ ଓଡ଼ିଆ ପ୍ରତିନିଧି ବ୍ଲକ ର ଏଓ ଙ୍କୁ ଯୋଗା ଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ଫଳ ରେ ସେ ବାଧ୍ୟ ହୋଇ ବାହାର ଦୋକାନ ରୁ ବସ୍ତା ପିଛା ୫୦୦ ଟଙ୍କା ଲେଖାଏ ଦେଇ ୩୦ ବସ୍ତା ସାର (ପିଢ଼ିଆ)କିଣି ଥିଲେ”ଏହି ଭଳି ପରିସ୍ଥିତି ରେ ଚାଷ କାର‌୍ୟ୍ୟରେ ବ୍ୟବହାର କରାଯାଉଥିବା ପିଡ଼ିଆ (ସାର) ଅତ୍ୟଧିକ ଚଢାଦର ରେ ବିକ୍ରି କରୁଛନ୍ତି । ଏବଂ ସରକାରୀ ଦର ଠୁ ଅଧିକ ଦାମ୍ ରେ ବିକ୍ରି କରୁଛନ୍ତି । ଦିନ କୁ ଦିନ ରେଟ୍ ବଢେଇବାର ଲାଗିଛନ୍ତି ଦୋକାନୀ ମାନେ । କରୋନା ଦାଉ ସାଜୁଥିବା ବେଳେ ଏବେ ଚାଷ କାର‌୍ୟ୍ୟ ଦାଉ ସାଜୁଛି । ଚାଷୀ ମାନେ ବାଧ୍ୟ ହୋଇ ସାର କିଣୁଛନ୍ତି । ସ୍ଥାନୀୟ ପ୍ରଶାସନଙ୍କ ଦୃଷ୍ଟି ଏଥିରେ ପଡୁନଥିବା ଦେଖିବାକୁ ମିଳୁଛି । ଚାଷୀ ମାନେ ବ୍ଲକ ପ୍ରଶାସନକୁ ଅନୁରୋଧ କରୁଛୁ ଯେ ନିରୀହ ଚାଷୀ ମାନଙ୍କ ଦୁଃଖକୁ ବୁଝନ୍ତୁ । ଏଭଳି ଚାଷୀ ମାନଙ୍କୁ ଜୁଲମ କରୁଥିବା ଅଫିସର ଓ ଦୋକାନୀ ମାନଙ୍କ ଉପରେ କଡା କାର‌୍ୟ୍ୟାନୁଷ୍ଠାନ ନିଆଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ