କରୋନା ମୁକାବିଲା ପାଇଁ ବ୍ୟବସାୟୀ ସଂଘ କର୍ମକର୍ତ୍ତା ଙ୍କ ସହ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଆଲୋଚନା

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ସହରରେ କରୋନା ସ୍ଥିତି ବେଳକୁ ବେଳ ବିଗିଡି ବାରେ ଲାଗିଛି । ଗତ କିଛିଦିନ ମଧ୍ୟରେ ସହରର ବହୁ ସଂଖ୍ୟକ ସରକାରୀ କର୍ମଚାରୀ ଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ମାନଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।ଏହି ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ନରେ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଦିଗପହଣ୍ଡି ତହସିଲ କାର‌୍ୟ୍ୟାଳୟ ରେ ପହଞ୍ଚି କୋଭିଡ଼ -୧୯ ନିୟନ୍ତ୍ରଣ କାର‌୍ୟ୍ୟକ୍ରମର ସମୀକ୍ଷା କରିଥିଲେ।ପରେ ସେ ତହସିଲ କାର‌୍ୟ୍ୟାଳୟ ସମ୍ମୁଖରେ ପ୍ରଶାସନ ଓ ସ୍ଥାନୀୟ ବ୍ୟବସାୟୀ ସଂଘ ର ମିଳିତ ଆଲୋଚନା ସଭାରେ ସେ ଅଂଶଗ୍ରହଣ କରି କରୋନା ମୁକାବିଲା ର ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିବାସହ ବର୍ତ୍ତମାନ ସ୍ଥିତିରେ କଣ କରାଯାଇପାରିବ ସେ ନେଇ ମତାମତ ପ୍ରଦାନ କରିଥିଲେ। କୌଣସି ବ୍ୟବସାୟୀ କୋଭିଡ଼ ଆଇନ ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ତାଗିଦ୍ କରିଥିଲେ। ସହରାଞ୍ଚଳ ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଲୋକେ ସାଧାରଣ ଜ୍ବରରେ ପୀଡିତ ହେଲେ କିମ୍ବା ଅନ୍ୟ କିଛି ରୋଗରେ ସଂକ୍ରମିତ ହେଲେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଡାକ୍ତର କିମ୍ବା ସ୍ବାସ୍ଥ୍ୟ କର୍ମଚାରୀ ଙ୍କ ଠାରୁ ସଠିକ ଚିକିତ୍ସା ପାଇ ପାରୁନଥିବା ନେଇ ଉପସ୍ଥିତ ଖେମୁଣ୍ଡି ଓକିଲ ସଂଘ ସମ୍ପାଦକ ଅଶେଷ ନାଥ ମିଶ୍ର ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଖୁବଶିଘ୍ର ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କରୋନା ମୁକାବିଲା ପାଇଁ କେତେକ ନୂତନ ରଣକୌଶଳ ପ୍ରସ୍ତୁତ କରାଯାଇଛି ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହି ଆଲୋଚନା ସଭାରେ ତହସିଲଦାର। ଅଦ୍ଵୈତ କୁମାର ସ୍ବାଇଁ, ବିଡ଼ିଓ ହଳଧର ଶବର ଙ୍କ ସମେତ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ , କୋଭିଡ – ୧୯ ବ୍ଳକ ନୋଡାଲ ଅଧିକାରୀ ରାଜକିଶୋର ପଟ୍ଟନାୟକ ,ବ୍ୟବସାୟୀ ସଂଘ କାର୍ଯ୍ୟକର୍ତ୍ତା ପ୍ରଦୀପ କୁମାର ପଣ୍ଡା,ଧର୍ମାଲୁ ସୁବୁଦ୍ଧି,କ୍ରିଷ୍ଣା ନନ୍ଦ ପଣ୍ଡା,ଦିପୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ