ବନଖଣ୍ଡ କର୍ମଚାରୀଙ୍କ ଆନୁକୁଲ୍ୟରେ ୩୬ ୟୂନିଟ ରକ୍ତ ସଂଗ୍ରହ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ସାଂପ୍ରତିକ ପରିସ୍ଥିତିରେ ମହାମାରୀ କରୋନା କବଳରେ ସମଗ୍ର ମାନବ ସମାଜ କବଳିତ । ଏହାର ପ୍ରଭାବ ସବୁଆଡେ ପଡିଛି ।ବିଶେଷତଃ ଡାକ୍ତରଖାନା ଉପରେ ପଡିଛି । ଲୋକେ କରୋନା ଭୟରେ ଡାକ୍ତରଖାନା ସିମା ମାଡୁ ନାହାନ୍ତି । ତେଣୁ ଥାଲାସେମିଆ ରୋଗୀ, ପ୍ରସୂତି ମହିଳା, ଦୁର୍ଘଟଣାରେ ପିଡିତ ରୋଗୀ, ରକ୍ତହୀନତା ରେ ପଢୁଥିବା ବାର୍ଦ୍ଧକ୍ୟ ରୋଗୀ ଟୋପାଏ ରକ୍ତ ପାଇଁ ଡହଳ ବିକଳ ହେଉଛନ୍ତି । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଡାକ୍ତରଖାନାର ରକ୍ତ ଭଣ୍ଡାରରେ ରକ୍ତ ର ଘୋର ଅଭାବ ଦେଖାଦେଇଛି ।ଖବର ପାଇ ରାଇରଙ୍ଗପୁର ଡିଏଫଓ ଡଃ ଅରୁଣ ମିଶ୍ର ଷ୍ଟାଫ୍ ମାନଙ୍କ ସହ ଆଲୋଚନା କରି ପବିତ୍ର ରାମମନ୍ଦିର ଭୂମି ପୂଜନ ଦିବସରେ ବନଖଣ୍ଡ କାର୍ୟ୍ୟାଳୟ ପରିସରରେ ଏକ ରକ୍ତଦାନ କାର୍ୟ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ।ପରେ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । କାର୍ୟ୍ୟକ୍ରମ ଡିଏଫଓ ଡଃ ଅରୁଣ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।୩୬ ଜଣ ବନ କର୍ମଚାରୀ ସ୍ବଇଛାରେ ରକ୍ତଦାନ ମହତ କାମ କାର୍ୟ୍ୟକ୍ରମରେ ଯୋଗ ଦେଇ ରକ୍ତଦାନ କରି ନିଜକୁ ଧନ୍ୟ ମଣିଲ ଥିଲେ । ସଂଗୃହିତ ରକ୍ତ ନିଶ୍ଚିତ ଯେ କିଛି ଦିନ ପାଇଁ ରକ୍ତଭଣ୍ଡାରରେ ସଂକଟ ଦୂର କରି ପାରିବ ଏବଂ କିଛି ଅମୂଲ୍ୟ ଜୀବନକୁ ବଂଚାଇ ନ ପାରିବ କିଏ କହିବ । ରାଇରଙ୍ଗପୁର ରକ୍ତ ଭଣ୍ଡାରର ଡଃ ପବିତ୍ର ପ୍ରତ୍ୟୁଷ ମିଶ୍ର ,ଜଳେନ୍ଦ୍ର ନାଥ ରଣା ଏବଂ ଅନ୍ୟ କର୍ମଚାରୀବୃନ୍ଦ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । କାର୍ୟ୍ୟକ୍ରମରେ ଏସିଏଫ ନବିନ ଚନ୍ଦ୍ର ନାଏକ,ଏସିଏଫ ବୈଦ୍ୟନାଥ ମାଝୀ,ରେଞ୍ଜର ଅଶୋକ ଦାସ, ଡେପୁଟି ରେଞ୍ଜର ପ୍ରଦୀପ ପୃଷ୍ଟି,ଜୁନିଅର ଏକାଉଣ୍ଟାଟ ରଜନୀକାନ୍ତ ତୁଙ୍ଗ, ଫରେଷ୍ଟର ସତ୍ୟବ୍ରତ ପଟ୍ଟନାୟକ, ଫରେଷ୍ଟର ବିପିନ ବେହେରା, ଫରେଷ୍ଟର ପରମାନନ୍ଦ ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ପ୍ରଥମ ଥର ପାଇଁ ବନବିଭାଗ ତରଫରୁ ଡିଏଫଓ ଡଃ ଅରୁଣ ମିଶ୍ରଙ୍କ ସାମାଜିକ ସେବା କ୍ଷେତ୍ରରେ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।


