ଅବକାରୀ ପକ୍ଷରୁ ଚଢାଉ,୧୦୦ ଲି ଦେଶୀ ମଦ ଜବତ,୩୦୦୦ କେଜି ମହୁଲ ପୋଚ ନଷ୍ଟ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ପାର୍ବତ୍ୟ ଅଞ୍ଚଳରେ ଚୋରା ମଦର କୁଟୀର ଶିଳ୍ପ ଚାଲିଛି ।କରୋନା ମହାମାରୀ ସଂକ୍ରମଣରେ ଚାରିଆଡେ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ଚାଲିଛି ।ମଦ ମାଫିଆଙ୍କୁ ଗୋଳିଆ ପାଣି ସୁହାଉଛି । ଗାଁ ସ୍ବୟଂ ସହାୟିକା ଗୋଷ୍ଠୀ, ଟୋକା,ଜନ ପ୍ରତିନିଧି, ପ୍ରଶାସନ ସହିତ ହାତ ମିଳାଇ କାରବାର ଧୁମ୍ ଧାମରେ ଚଲାଇଛନ୍ତି । ପୋଲିସ ଏବଂ ଅବକାରୀ କେତେବେଳେ କେମିତି ଟାର୍ଗେଟ ଫୁଲ ପାଇଁ ଆଖି ଦୃଶିଆ ନାମକୁ ମାତ୍ର ଚଢାଉ କରୁଛନ୍ତି । ତେଣୁ ଆବାଜ କେହି ଉଠାଉ ନାହାନ୍ତି ।
ଜିଲ୍ଲା ସୁପରିଣ୍ଟେଡେଣ୍ଟ ପୁରୁଷୋତ୍ତମ ଧରୁଆଙ୍କ ନିର୍ଦ୍ଦେଶ କ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗ ଓଆଇସି ହରିହର ସିଂ,ଶଚିପଦ ମହାନ୍ତ, ବୁଦ୍ଧଦେବ ମହାନ୍ତ, କ୍ରିଷ୍ଣା ବିନ୍ଧାଣି,ସୁମନ୍ତ ମହାନ୍ତ,ବିଜୟ ମହାନ୍ତ,ଅମ୍ବିକା ନାଏକ, ତ୍ରିବେଣୀ ମହାନ୍ତ, ଚୂଡ଼ାମଣି ସିଂ, ସିଦ୍ଧେଶ୍ୱର ନାଏକ,ଶରତ ମହାନ୍ତ ପ୍ରମୁଖ କୌଣସି ସୂତ୍ରରୁ ଖବର ପାଇ ଜାମପାଣି ଗାଁ ନିକଟସ୍ଥ ଜଙ୍ଗଲ ନାଳ ପାଖରେ ଚୋରାରେ ଦେଶୀମଦ ରନ୍ଧା ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ ।ମଦ ମାଫିଆମାନେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଦେଖି ଜଙ୍ଗଲ ଭିତରକୁ ଲୁଚି ପଳାଇଯାଇଥିଲେ । ସେଠାରେ ୭୦ ଲିଟର ଦେଶୀମଦ ଜବତ ସହ ୨୨୦୦କେଜି ମହୁଲ ପୋତି ଓ ରୋଷେଇ ସାମଗ୍ରୀ ନଷ୍ଟ କରି ଦେଇଥିଲେ । ସେହିଭଳି କୁଲଡ଼ିହା ଗ୍ରାମ୍ୟ ଜଙ୍ଗଲରେ ଚଢାଉ କରି ୩୦ ଲିଟର ଦେଶୀ ମଦ ଜବତ ସହ ୮୦୦ କେଜି ମହୁଲ ପୋଚ ନଷ୍ଟ ଏବଂ ରୋଷେଇ ସାମଗ୍ରୀ ନଷ୍ଟ କରି ଦିଆଯାଇଥିଲା । ଅବକାରୀ ବାରମ୍ବାର ଚଢ଼ାଉ କରୁଥିବା ବେଳେ ମଦ ମାଫିଆମାନେ ଖିସି ଖସି ପଳାଉଛନ୍ତି ତାହା ସାଧାରଣ ଜନତାଙ୍କୁ ଆଶ୍ଚର୍ୟ୍ୟ ଲାଗୁଛି ।ମଦ ମାଫିଆମାନଙ୍କୁ କେଉଁ ମାନେ ଆଗୁଆ ସୂଚନା ଦେଉଛନ୍ତି ଯାହାଫଳରେ ମଦ ମାଫିଆମାନେ ଖସି ପଳାଇବା ପାଇଁ ସମର୍ଥ ହେଉଛନ୍ତି ତାହାହିଁ ଚର୍ଚ୍ଚାର ବିଷୟ ।ମଦ ମାଫିଆଙ୍କୁ କାବୁ କରିବାରେ ଏପର୍ୟ୍ୟନ୍ତ ଅବକାରୀ ବିଭାଗ ପାରିବା ପଣିଆ ଦେଖାଇ ପାରି ନାହିଁ ! ଯାହାଫଳରେ ମଦ ମାଫିଆଙ୍କ ଦୌରାତ୍ମ୍ୟ ,ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି ଯାହାଫଳରେ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି ।ଚୋରା ମଦ ମାଫିଆଙ୍କ ଉପରେ କେବେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି !


