ଗୋ ହତ୍ୟାକୁ କେନ୍ଦ୍ରକରି ରାସ୍ତା ଅବରୋଧ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ-ଠାକୁରମୁଣ୍ଡା ୫୩ ନମ୍ବର ରାଜ୍ୟ ରାଜପଥ ମଣ୍ଡୁଆପୋଲ ନିକଟରେ ଦୁଇ ତିନିଟି ଗାଈକୁ କୌଣସି ଦୁର୍ବୃତ୍ତ ମାରି ମାଂସ ନେଇଯାଇଥିବା ବେଳେ ଆଉ କିଛି ମାଂସ ଏବଂ ଚମଡାକୁ ନଦୀ ପୋଲ ନିକଟରେ ଫିଙ୍ଗିଦେବା ଘଟଣାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହେବା ସହିତ ଉତ୍ତକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି । ସେହିପରି ଗତ ଦୁଇ ତିନି ଦିନ ପୂର୍ବରୁ କାଦଡିହା, କୁଳିପୋଷି ଏବଂ ସିଙ୍ଗଡା ଅଞ୍ଚଳରେ ୧୦ ରୁ ଅଧିକ ଗାଈ ଚୋରି ହୋଇଥିବା ବେଳେ ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ । ହେଲେ ଆଜି ପର‌୍ୟ୍ୟନ୍ତ କୌଣସି ଆସାମୀକୁ ପୋଲିସ ଧରି ପାରିନାହିଁ। ଆଜି କିଛି ଗାଈ ବଳଦଙ୍କ ଚମଡା ଏବଂ କିଛି ମାଂସ ନଦୀପୋଲ ନିକଟରେ ମିଳିବାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ତା ସହିତ ସ୍ଥାନୀୟ ଲୋକେ ମୁଖ୍ୟ ରାସ୍ତା ଅବରୋଧ କରି ଏପରି ଘୃଣ୍ୟ କାର‌୍ୟ୍ୟ କରିଥିବା ଦୁର୍ବୁତ୍ତଙ୍କୁ ଯଥା ଶୀଘ୍ର ଗିରଫ କରିବା ସହିତ ଅଞ୍ଚଳରେ ଗାଇ ଗୋରୁ ଚୋରି ବୃଦ୍ଧିକୁ ରୋକିବା ପାଇଁ ରାତ୍ରି କାଳୀନ ପେଟ୍ରୋଲିଂ ଜୋରଦାର କରିବା ପାଇଁ ଦାବିକରି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ