ରହସ୍ୟମୟ ପାତାଳଗଙ୍ଗା

ପାତାଳ ଲୋକର ପାତାଳଗଙ୍ଗା ବିଷୟରେ ଅନେକେ କିଛି ଜ୍ଞାନ ନିଶ୍ଚୟ ଆହରଣ କରିଥିବେ । କିନ୍ତୁ ଏକ ପ୍ରାଚୀନ ଗୁମ୍ଫାରେ ପ୍ରବାହିତ ହେଉଥିବା ପାତାଳଗଙ୍ଗା ଏବେ ରହସ୍ୟଘେରରେ ରହିଛି । ଆନ୍ଧ୍ରପ୍ରଦେଶର କୁରନୁଲ୍ଠାରୁ ପ୍ରାୟ ୧୦୬ କିଲୋମିଟର ଦୂରରେ ବେଲମ୍ ନାମରେ ରହିଛି ଏକ ପ୍ରାଚୀନ ଗୁମ୍ଫା । ଏହା ଭାରତର ଦ୍ୱିତୀୟ ବୃହତ୍ ଗୁମ୍ଫା । ୧୮୮୪ରେ ବ୍ରିଟିଶ୍ ସର୍ଭେୟର୍ ରବର୍ଟ ବ୍ରୁସ୍ ଫୁଟେ ଏହାର ସନ୍ଧାନ କରିଥିଲେ । ଗୁମ୍ଫାର ଲମ୍ବ ୩୨୨୯ ମିଟର । ଗୁମ୍ଫାର ମୁଖ୍ୟଦ୍ୱାରର ଠିକ୍ ୧୫୦ ଫୁଟ୍ ତଳକୁ ଏକ ନଦୀ ପ୍ରବାହିତ ହୋଇଛି, ଯାହାକୁ ପାତାଳଗଙ୍ଗା ନାମରେ ନାମିତ କରାଯାଇଛି । ତେବେ ଆଶ୍ଚର୍ଯ୍ୟଜନକ ଘଟଣା ହେଲା, ଏହି ପାତାଳଗଙ୍ଗାର ପ୍ରବାହିତ ଜଳ ଗୁମ୍ଫାରୁ କିଛି ଦୂର ଯିବା ପରେ ରହସ୍ୟମୟ ଭାବେ ଅନ୍ତର୍ଦ୍ଧାନ ହୋଇଯାଉଛି । ଏପର୍ଯ୍ୟନ୍ତ ବୈଜ୍ଞାନିକ ମଧ୍ୟ ଏହି ସମସ୍ୟାର ସମାଧାନ ରାସ୍ତା ଖୋଜି ପାଇବାରେ ଅସମର୍ଥ ଅଛନ୍ତି । ଗୁମ୍ଫା ଭିତରେ ଜୈନ ଏବଂ ବୌଦ୍ଧ ଭିକ୍ଷୁ ରହିଥିବାର ପ୍ରମାଣ କିଛି ଅବଶେଷରୁ ମିଳିଛି । ଏହି ଅବଶେଷକୁ ଅନନ୍ତପୁର ମ୍ୟୁଜିୟମ୍ରେ ସୁରକ୍ଷିତ ଭାବେ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ