କୁକୁଡାଖଣ୍ଡିରେ ଗର୍ଭବତୀଙ୍କ ନମୁନା ସଂଗ୍ରହ

କୁକୁଡାଖଣ୍ଡି, (ଓ୍ବାଇଏନ୍ଏସ୍):ହାଇସ୍କୁଲ ପରିସରରେ ଗର୍ଭବତୀ ମହିଳା ଓ ଦୋକାନୀ ମାନଙ୍କ ନମୁନା ସଂଗ୍ରହ କରାଯାଇଛି I ୪୪ ଗର୍ଭବତୀ ମହିଳାଙ୍କ ସହ ୧୨୩ ଜଣଙ୍କ ଠାରୁ ସ୍ୱାସ୍ଥ୍ୟ କର୍ମୀମାନେ ନମୁନା ଗ୍ରହଣ କରାଯାଇଛି I କୁକୁଡାଖଣ୍ଡି ବ୍ଲକରେ ଜଣେ ଗର୍ଭବତୀ ମହିଳା ମେଡିକାଲରେ ନିଜ ଶିଶୁ କୁ ଜନ୍ମଦେବା ପରେ ଶିଶୁଟି ମୃତ୍ୟୁ ବରଣ କରିଥିଲା ପରେ ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା Iସେହି ଘଟଣାର ଯେପରି ପୁନରାବୃତି ନହେଉ ସେଦିଗରେ ପଦକ୍ଷେପ ନେଇ ସିଡିପିଓର ଅତିରିକ୍ତ ଦାୟିତ୍ବରେ ଥିବା କୁକୁଡାଖଣ୍ଡି ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦଶନୀ ମିଶ୍ର ବ୍ଲକର ୪୧୩ ଜଣ ଗଭବତୀ ମହିଳା ମାନଙ୍କ ସ୍ବାବ ଟେଷ୍ଚ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ Iଏହା ଦ୍ୱାରା ସମସ୍ଥା ଗର୍ଭବତୀ ମହିଳା ଓ ଶିଶୁ ଉଭୟ ସୁସ୍ଥ ରହପାରିବେI ବିଡିଓ ଗଦାଧର ପାତ୍ର,ଡାକ୍ତର ରାମଚନ୍ଦ୍ର ମହାପାତ୍ର, ବ୍ଲକ ଅଧଷ କାମାକ୍ଷା ପ୍ରସାଦ ପାତ୍ର,ଏଏନଏମ କେ.କ୍ରିଷ୍ନା କୁମାରୀ ପ୍ରମୁଖ ଉପସ୍ଥିତ ଥିଲେI ଆଜି ବ୍ରହ୍ମପୁର ଉପ-ଜିଲ୍ଲାପାଳ ସିନ୍ଧେ ଦାତାତ୍ରେୟ ଭାଉସାହେବ ନମୁନା ସଂଗ୍ରହ କେନ୍ଦ୍ର ବୁଲିବା ସହ ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବାରୁ ଏହା ଏକ ଯୁଗାନ୍ତକାରି ପଦକ୍ଷେପ ବୋଲି ଗଣମାଧ୍ୟମକୁ କହିବା ସହ ଢ଼େରେ ପ୍ରଶଂସା ମଧ୍ୟ କରିଚନ୍ତି ଅନ୍ୟପକ୍ଷରେ ଲୋଚାପଡା,ନିମଖଣ୍ଡି ପଞ୍ଚାୟତରେ କରୋନା ପଜିଟିଭ ରହି ହୋମକ୍ବାରେଣ୍ଟାଇନରେ ରହୁଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ସହ ସୁବିଧା ଅସୁବିଧା ପଚାରି ବୁଝିଥିଲେIତହସିଲଦାର ଡ଼ଃ.ମିଶ୍ର ନୂତନ ଭାବେ କୋଭିଡ଼ ପାଇଁ ତହସିଲରେ ଯୋଗଦେଇଥିବା ଓଏଏସ ଆକାଶ ପଟ୍ଟନାୟକ ସମସ୍ତ ବ୍ୟକ୍ତିଙ୍କୁ ଘରୋଇ ସାଙ୍ଗରୋଧ ବ୍ୟବସ୍ଥା ପଚାରି ବୁଝିବାକୁ କହିଥିଲେIବର୍ତ୍ତମାନ କୁକୁଡାଖଣ୍ଡିରେ କରୋନା ନିୟନ୍ତ୍ରଣରେ ରହିଥିବାବେଳେ ଖୁବ ଶୀଘ୍ର ମୁକ୍ତହେବ ବୋଲି ସାଧାରଣ ଜନତା ଆଶା ପ୍ରକଟ କରିଚନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ