ବିଷପାନ କରି ମହିଳାଙ୍କ ମୃତ୍ୟୁ ବରଣ

ବୁଗୁଡା /(ଅନିଲ କୁମାର ମହାରଣା) : ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ଖରିଡା ଗ୍ରାମର ବିଜୟ ଜେନାଙ୍କ ପତ୍ନୀ ୫୫ ବର୍ଷ ବୟସ୍କା ସତ୍ୟଭାମା ଜେନା ବିଷପାନ କରି ଶୁକ୍ରବାର ଦିନ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଘଟଣାରୁ ଜଣା ପଡ଼ିଛିଯେ ବିଜୟ ଜେନାଙ୍କ ପୁଅ ସୀତାରମ ମାଳ ଚିରିକିପଡା ଗ୍ରାମରେ ବିବାହ କରିଥିଲେ। ସୀତାରମ ସୁରତରେ କାମ କରୁଥିବା ବେଳେ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଖରାପ ଥିବାଯୋଗୁଁ ନିଜ ବାପଘରେ ରହୁଥିଲେ। କିଛିଦିନ ପୂର୍ବେ ସୀତାରମ ସୁରାଟରୁ ଫେରିଥିଲେ ମଧ୍ୟ ଲକ ଡାଉନ ଯୋଗୁଁ ନିଜ ପତ୍ନୀ ଓ ପୁଅକୁ ଗ୍ରାମକୁ ଆଣିପାରିନଥିବା ବେଳେ ବୁଧବାର ଦିନ ନିଜ ପତ୍ନୀଙ୍କ ତାଙ୍କ ବାପ ଘରେ ମୃତ୍ୟୁ ହୋଇଥିଲା। ଏନେଇ ସୀତାରାମଙ୍କ ଶଳା ଖରିଡା ଆସି ପାଟିତୁଣ୍ଡ କରି ଫେରିଥିବା ବେଳେ ସୀତାରମ ନିଜ ପତ୍ନୀଙ୍କ ଶୁଦ୍ଧିକ୍ରିୟାର ପ୍ରାରମ୍ଭିକ ଦନା ଦିଆ କାର‌୍ୟ୍ୟ ସମାପନ କରି ନିଜ ପୁଅକୁ ଆଣିବାକୁ ଚିରିକିପଡା ଯିବାକୁ ବାହାରି ଥିଲେ। ପୁଅକୁ ଆଣିବାକୁ ଯାଉଛି ବୋଲି ମାଆଙ୍କୁ କହିବାକୁ ଯାଇ ଦେଖିଲେଯେ ମାଆ ବିଷପାନ କରି ତଳେ ପଡିଛନ୍ତି। ସଙ୍ଗେ ସଙ୍ଗେ ମାଆଙ୍କୁ ବୁଗୁଡା ମେଡ଼ିକାଲକୁ ଆଣିଥିଲେ ମଧ୍ୟ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଏନେଇ ବୁଗୁଡା ଥାନାର ୨୫/୨୦ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ