ଜଣେ ରୋଗୀଙ୍କ ନାଁରେ ଆଉ ଜଣେ ସୁସ୍ଥ ହେଉଥିବା ରୋଗୀଙ୍କୁ ରେଫର୍

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଜଣେ ରୋଗୀଙ୍କ ନାଁରେ ଆଉ ଜଣେ ସୁସ୍ଥ ହେଉଥିବା ରୋଗୀଙ୍କୁ ରେଫର୍ ଓ ଅନ୍ୟ ଔଷଧରେ ଚିକିତ୍ସା କରିବାରୁ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଦମୟନ୍ତୀ ସାହୁଙ୍କ ମୃତ୍ୟୁ ଘଟିଥିଲା। ଭୁଲ ପ୍ରେସକ୍ରିପସନ ଓ ଭୁଲ ଶଯ୍ୟା ଟିକେଟ୍ ଯୋଗୁଁ ଏଭଳି ହୋଇଥିବା ଦମୟନ୍ତୀଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଅଶୋକ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ଏହି ଘଟଣାର ତଦନ୍ତ କରି ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଗଞ୍ଜାମ ସିଡ଼ିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଟୁଇଟ୍ କରି ସୂଚନା ଦେଇଛନ୍ତି।ପ୍ରକାଶ ଥାଉ କି, ବ୍ରହ୍ମପୁର ବଡ଼ବଜାର ଅଞ୍ଚଳ ମାଲୁ ବେହେରା ସାହିର ଦମୟନ୍ତୀ ସାହୁ ଗତ ମାସ ୧୩ ତାରିଖରେ କୋଭିଡ୍ ଟେଷ୍ଟ୍ କରିଥିଲେ। ୧୮ତାରିଖରେ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ପାରଳା ମହାରାଜା କୋଭିଡ୍ କେୟାର୍ ସେଣ୍ଟର ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦମୟନ୍ତୀ ୧୨ ଦିନ କାଳ ଚିକିତ୍ସିତ ହେବା ପରେ ହଠାତ୍ ୩୦ ତାରିଖରେ ଦମୟନ୍ତୀଙ୍କୁ ପୁଣି ପାରଳାମହାରାଜା କୋଭିଡ୍ କେୟାର୍ ସେଣ୍ଟର ରୁ ବ୍ରହ୍ମପୁର ସିଟି ହସ୍ପିଟାଲ୍ କୋଭିଡ୍ ସେଣ୍ଟର କୁ ସ୍ଥାନାନ୍ତର କରାଯାଇଥିଲା। ପାରଳା ମହାରାଜା କୋଭିଡ୍ କେୟାର୍ ସେଣ୍ଟରରେ ଚିକିତ୍ସିତ ହେଉଥିବା ଦମୟନ୍ତୀ ପଣ୍ଡାଙ୍କ ଶଯ୍ୟା ଟିକେଟ ଓ ପ୍ରେସକ୍ରିପସନ ବଦଳରେ ଦମୟନ୍ତୀ ସାହୁଙ୍କୁ ରେଫର୍ କରିଦିଆଯାଇଥିବା ନଜରକୁ ଆସିଥିଲା। କିନ୍ତୁ ପରେ ଚଞ୍ଚଳତା କରି ଦମୟନ୍ତୀ ପଣ୍ତାଙ୍କ ନାମକୁ କାଟି ଦମୟନ୍ତୀ ସାହୁ ସ˚ଶୋଧନ କରି ଲେଖାଯାଇଥିଲା। ସିଟି ହସ୍ପିଟାଲ କୋଭିଡ଼ ସେଣ୍ଟର ରେ ଦୁଇଦିନର ଚିକିତ୍ସା ପରେ ଦମୟନ୍ତୀ ସାହୁ ଗତ୨ ତାରିଖ ସକାଳେ ଆଖି ବୁଜିଥିଲେ। ଏ ସଂକ୍ରାନ୍ତରେ ଦମୟନ୍ତୀଙ୍କ ନାତି ଧର୍ମେନ୍ଦ୍ର ବଡ଼ବଜାର ଥାନାରେ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟୁଇଟ୍ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ