ଦୁର୍ଦାନ୍ତଙ୍କ ଆକ୍ରମଣରେ ମୃତ୍ୟୁ ସହ ଲଢୁଛି ଗମେୟା ପିଙ୍ଗୁଆ

ରାଇରଙ୍ଗପୁର,( ଅକ୍ଷୟ କୁମାର ବିଶ୍ୱାଳ ): ମୟୂରଭଂଜ ଜିଲ୍ଲାର ସିମାନ୍ତ ଜାମଦା ଥାନା ଅନ୍ତର୍ଗତ ମୁଦି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ରାତି ସାଢ଼େ ନଅଟା ପାଖାପାଖି ସମୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଁ ର ଗମେୟା ପିଙ୍ଗୁଆକୁ ଉଦ୍ଧାର କରିଥିଲେ । ଦୁବୃର୍ତ୍ତ ଧାରୁଆ ଅସ୍ତ୍ରରେ କାନମୁଣ୍ଡକୁ ହାଣି ଦେଇଥିଲା ।ଖବର ପାଇ ଜାମଦା ଜିଲ୍ଲା ପରିଷଦ ସଦସ୍ୟ ସୁଖୁମଣି ସୋରେନ, ଗାଁ ଓ୍ବାର୍ଡ ମେମ୍ବର ବାୟୁ ଟୁଡୁ, ଗ୍ରାମବାସୀ ପ୍ରମୁଖ ୧୦୮ ଆମ୍ବୁଲାନ୍ସରେ ଗୁରୁତର ଗମେୟାକୁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ ।ପରେ ପରିସ୍ଥିତି ଗୁରୁତର ଯୋଗୁଁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର କଟକ ମେଡିକାଲକୁ ରେଫର କରିଥିଲେ ।ହେଲେ ଆର୍ଥିକ ଅଭାବ,ଲୋକବଳ, ପାଖରେ ଟଙ୍କାଟିଏ ନଥିବାରୁ ଗମେୟାର ସ୍ତ୍ରୀ ଛୋଟ ଝିଅକୁ ଧରି କଟକ ଯିବାଭଳି ପରିସ୍ଥିତି ନ ଥିବାରୁ ଘରକୁ ଫେରିଆସି ମୃତ୍ୟୁ ସହିତ ସଂଗ୍ରାମ କରୁଛି । ମୁଣ୍ଡ କାନରେ ଗଭିର କ୍ଷତ, ଚିକିତ୍ସା ଅଭାବ,କଥା କହି ପାରୁ ନାହିଁ,ଖାଇ ପାରୁ ନାହିଁ କେବଳ ଭଗବାନକୁ ସାହା ଭାବି ନିଷ୍ପ୍ରଭ ଭାବେ ତଳେ ବିଛଣାରେ ପଡି ରହ ଅସହାୟ ବିଚରା ଗମେୟା ଦିନ ଗଣୁଛି ।ସୂଚନାଯୋଗ୍ୟ ଯେ ଗାଁର ଦୁର୍ଦାନ୍ତ ମଙ୍ଗଲ ମାରାଣ୍ଡି ସହିତ ଗମେୟାର ପୂର୍ବ ବିବାଦକୁ ନେଇ ଗତ ୨ ଅଗଷ୍ଟ ରେ ଗାଁ ଓ୍ବାର୍ଡ ମେମ୍ବର ଲାଦୁ ଟୁଡୁ ଅଧ୍ୟକ୍ଷତାରେ ଗାଁ ଆଖଡାରେ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ବୈଠକରେ ମଙ୍ଗଲ ଅଧାରୁ ଉଠି ରାଗି ପଳାଇଥିଲା ।ସେହି ଦିନ ରାତି୯.୩୦ ପାଖାପାଖି ସମୟରେ ଗାଁ ପାଖ ଅଙ୍ଗନବାଡ଼ି କେନ୍ଦ୍ରରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗମେୟା ପଡ଼ି ରହିଥିଲା ।ସେହି ଦିନରୁ ମଙ୍ଗଲ ଫେରାର ଥିଲା ପରେ ଆସି ଖୁଲମଖୁଲା ଗାଁରେ ବୁଲୁଛି ।ମଙ୍ଗଲ ଗ୍ରାମରେ ଘର ଜୋଇଁଆ ହୋଇ ରହିଛି ।୧୯୯୭ ମସିହାରୁ ଆଜିଯାଏଁ ବିଭିନ୍ନ ଅପରାଧିକ କାର‌୍ୟ୍ୟକଳାପ ଛେଳି ଓ କୁକୁଡା ଚୋରୀ, ଅନୈତିକ କାମରେ ଅନ୍ୟ ଘରେ ଜବରଦସ୍ତି ପଶିବା,ଝିଅ ବୋହୂଙ୍କୁ ନଦୀ,ନାଳ , ରାସ୍ତାରେ ହଇରାଣ କରିବା, ମାରପିଟ୍, ଗଣ୍ଡଗୋଳରେ ଲିପ୍ତ ।ଦୁଇ ଦୁଇ ଥର ଜେଲ୍ ଯାଇଛି । ବରିଷ୍ଠ ବିଜେପି ନେତା ବିଜୁ ଗୋପାଲ ଦାସ ଓ ଜିଲ୍ଲା ପରିଷଦ ସଦସ୍ୟା ସୁଖୁମଣି ସୋରେନ ପୋଲିସର ନିଷ୍କ୍ରିୟତା ଉପରେ ଅସନ୍ତୋଷ କରିଛନ୍ତି ।ଗମେୟାକୁ ନ୍ୟାୟ ମିଳୁ ଏବଂ ତାର ଶିଘ୍ର ସ୍ବାସ୍ଥ୍ୟ ଚିକିତ୍ସା ସରକାର କରନ୍ତୁ । ପୋଲିସ ପ୍ରଶାସନ ତଦନ୍ତ କରି ଗମେୟା ଆକ୍ରମଣକାରୀଙ୍କ ତୁରନ୍ତ ଗିରଫ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ