ସୋମବାର ବଜାର ଦୋକାନୀଙ୍କ ନମୁନା ପରୀକ୍ଷା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ସଦର ମହକୁମାରେ ୮ ଜଣ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସଦର ମହକୁମାକୁ ବିଭିନ୍ନ ସ୍ଥାନରୁ ଲୋକ ମାନେ ଯାଆସ କରୁଥିବା ଦୃଷ୍ଟିରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ରହିଛି । ଏନେଇ ସୋମବାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବନ୍ତ ବଜାରରେ ଥିବା ସମସ୍ତ ଦୋକାନୀ ମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି ।