ଆନ୍ଦୋଳନ ପାଇଁ ଚେତାବନୀ
ଗଜପତି,( ଅଂଶୁମାନ ପଣ୍ଡା ): ମୋହନା ର ସ୍ୱାସ୍ଥ୍ୟକର୍ମୀ ମାନେ ଦରମା ଓ ସ୍ଥାଇ ନ କଲେ୧୫ରେ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଦାବି କରିଛନ୍ତି | ସାରା ରାଜ୍ୟରେ ପ୍ରତେକ ଦିନ କେତେ ବ୍ୟକ୍ତି କରୋନା ଆକ୍ରାନ୍ତ ରେ ଶିକାର ହୋଇ ନିଜରଧନ ଜୀଵନ ପ୍ରାଣ ହରାଉଛନ୍ତି | ଏପରି ସ୍ଥଳେ ଭଗବାନ ସାଜି ଡାକ୍ତର ନର୍ସ ଆଶା ଅଙ୍ଗନବାଡି ଏମାନେ ସେବା ଦେଇ ଆସୁଛନ୍ତି କିନ୍ତୁ ଏପରି ସ୍ଥଳେ ସେମାନେ ନିଜ ପରିବାର ପିଲା ଙ୍କୁ ଛାଡି ନିଜ ଦାଇତ୍ୱ ତୁଲାଉଛନ୍ତି | ଗଜପତି ଜିଲ୍ଲା ରେ୨୦.୩.୧୭ରେ ନିଯୁକ୍ତି ପାଇଥିଲେ ୪୫ଜଣ ମହିଳା ଓ ପୁରୁଷସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଯୋଗଦେଇଥିଲେ | ଏମାନେ ବର୍ତମାନ ସୁଦ୍ଧା ନିଜ ଦାଇତ୍ୱ ତୁଲାଇ ବା ସହ କରୋନା ଯୋଦ୍ଧା ଭାବେ କାମ କରି ଆସୁଛନ୍ତି | କିନ୍ତୁ ଏମାନଙ୍କ ପାଇଁ କୌଣସି ପ୍ରକାର ଘୋଷଣା କରିନାହାନ୍ତି ସରକାର, ଏପରିକି ଏମାନଙ୍କ ଦରମା ବନ୍ଦ ହଇଯାଇଛି | ୧.୧.୨୦ରୁ ବର୍ତ୍ତମାନ ସେମାନେ ନିଜେ କରଜ ଆଣି ନିଜର ପରିବାର ଚଳାଉଛନ୍ତି | ପରିବାର ଚଲେଇବା ମୁସ୍କିଲ ହେଇଯାଇଛି | ବହୁ ବାର ଅଭିଯୋଗ କରିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରୁନାହିଁ | ଖରା ବର୍ଷା ଶୀତରେ ଯାଇ କାମ କରୁଛନ୍ତି | କିନ୍ତୁ ସରକାର ଏମାନଙ୍କ ଅସୁଵିଧାକୁ ବୁଝୁ ନାହାନ୍ତି | ଏପରି ସ୍ଥଳେ ନିଜ ସଙ୍ଘ ସହ ମିଶି ବହୁ ବାର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଜଣାଇଥିଲେ କିନ୍ତୁ କିଛି ସମସ୍ୟା ର ସମାଧାନ ହୋଇପାରୁନାହିଁ | ଏପରିକି ଜିଲ୍ଲା ପାଳ ଙ୍କୁ ମଧ୍ୟ ଜଣାଇଥିଲେ କିଛି କିନ୍ତୁ କିଛି ଉତ୍ତର ନ ମିଳିବାରୁ ଏବେ ସଙ୍ଘ ର ପ୍ରେତେକ ବ୍ଲକ ରେ ଥିବା ସ୍ୱାସ୍ଥ୍ୟ କର୍ମୀ ମାନେ ଲିଖିତ ଅଭିଯୋଗ କରିଛନ୍ତି | ଜିଲ୍ଲା ପାଳ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ନିଜର ଦାବି ପତ୍ର ଦେଇଛନ୍ତି ଆଗାମୀ ୧୫ ତାରିଖ ଭିତରେ ଯଦି ବାକି ଥିବା ଦରମା,ସ୍ଥାଇନିଯୁକ୍ତି ନ କରା ଗଲେ୧୫ ତାରିଖ ରେ ବ୍ଲକରେ ଥିବା ସ୍ୱାସ୍ଥ୍ୟ କର୍ମୀ ମାନେ ମେଡିକାଲ ଆଗରେ ଧାରଣା ଦେବୁ ବୋଲି ଲେଖି ଜଣାଇଛନ୍ତି | ଏଇବିଷୟରେ ଜିଲ୍ଲାପାଳ ଅନୁପମ ସାହାଙ୍କୁ ପଚାରିବାରୁ ସେ କହିଛନ୍ତି ତୁରନ୍ତ ସମାଧାନ କରାଯିବ |


