ସୁରତରେ ଫ୍ୟାକ୍ଟେରୀ ଚାଲିନାହିଁ;ଦଲାଲଙ୍କ କଥା ଶୁଣି ନ ଆସି ବକୁ ଅନୁରୋଧ

ବୁଗୁଡା,(ଅନିଲ କୁମାର ମହାରଣା) : ବର୍ତ୍ତମାନ ସୁରତରେ କୌଣସି ଫ୍ୟାକ୍ଟେରୀ ଚାଲୁହୋଇନାହିଁ। ଦଲାଲମାନଙ୍କ କଥା ଶୁଣି ସୁରତ ଆସି ହଇରାଣ ହୁଅନ୍ତୁ ନାହିଁ, ଏହି ବାର୍ତ୍ତା ଦେଇଛନ୍ତି ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ମୁଖ୍ୟ ସଭାପତି ପ୍ରଦୀପ କୁମାର ସାହୁ। ଅଗଷ୍ଟ ୯ ତାରିଖ ରବିବାର ଦିନ ସୁରତର ଧର୍ତ୍ତି ନଗର ଶାଖା କାର୍ଯ୍ୟାଳୟରେ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସୁରତରେ କୌଣସି ଫ୍ୟାକ୍ଟେରୀ ଚାଲୁ ହୋଇନଥିବା ବେଳେ କେତେକ ଦଲାଲ ଓଡ଼ିଆ ଭାଇମାନଙ୍କୁ ମିଛକଥା କହି ଓଡ଼ିଶାରୁ ସୁରତକୁ ବସ ଯୋଗେ ଆଣୁଥିବା ଖବର ପାଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। କୌଣସି ଓଡ଼ିଆ ଭାଇ ଓଡ଼ିଶାରୁ ଆସି ସୁରତରେ ଅଯଥା ହଇରାଣ ହୁଅନ୍ତୁ ନାହିଁ ବୋଲି ଓଡ଼ିଆ ସମାଜ ପକ୍ଷରୁ ପ୍ରବାସୀ ଓଡ଼ିଆ ଭାଇଙ୍କୁ ଅନୁରୋଧ କରାଯାଇଛି। ଓଡ଼ିଶା ସରକାର ଓ ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ମଧ୍ୟ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି ଯେ ସୁରତରେ ଓଡ଼ିଆ ଶ୍ରମିକମାନଙ୍କୁ ଶ୍ରମଆଇନ ପ୍ରକାରେ ଫ୍ୟାକ୍ଟେରୀ ମାଲିକମାନେ ସମସ୍ତ ସୁବିଧା ସୁଯୋଗ ଯୋଗାଇବାକୁ ଚୁକ୍ତି କରିବାକୁ ପ୍ରଶାସନିକ ସ୍ତରରେ ପଦକ୍ଷେପ ଗ୍ରହଣ କରନ୍ତୁ। ବିଭିନ୍ନ ଜିଲ୍ଲା ପ୍ରଶାସନ ସୁରତ ପ୍ରଶାସନ ସହ ଆଲୋଚନା କରି ଶ୍ରମିକଙ୍କୁ ନେବାକୁ କୌଣସି ବସକୁ ଅନୁମତି ନଦେବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ସୁରତରେ କରୋନା ସ୍ଥିତ ଆୟତାଧିନ ନଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୩ ଟି ବସରେ ଶ୍ରମିକ ମାନେ ଦଲାଲ ମାନଙ୍କ ଜରୀଆରେ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ଅନୁରୋଧ କରାଯାଇଛି। ପ୍ରବାସୀ ଓଡ଼ିଆ ସମାଜର ଏହି ବୈଠକରେ ବିଭିନ୍ନ ଅଞ୍ଚଳ ଶାଖାର କାର୍ମକର୍ତ୍ତା ଓ ସଂଗଠକ ହୃଷିକେଶ ଗୋବିନ୍ଦ ପାତ୍ର,ପ୍ରଦୀପ ସାହୁ, ମନୋରଞ୍ଜନ ବାରିକ(ମୁନା ଭାଇ),ବିରଞ୍ଚି ବିଶ୍ୱାଳ, ଭାଗିରଥି ବେହେରା, ଶ୍ରୀକାନ୍ତ ବିଜୟ କହଁର, ଏ.ରାଜେନ୍ଦ୍ର ପାତ୍ର, କରୁଣାକର ଭଞ୍ଜ, ଆକୁଳ ଦାଶ, ଜଗନ୍ନାଥ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ବେହେରା, ମୁନା ସାହୁ, ଗୋପୀନାଥ ଲେଙ୍କା, ଜୟରାମ ବିଷୋୟୀ, କାର୍ତ୍ତିକ ସ୍ଵାଇଁ, ନୀଳାଞ୍ଚଳ ଦଳେଇ, ବିଷ୍ଣୁ ସ୍ଵାଇଁ, ସୀମାଞ୍ଚଳ ପାଢ଼ୀ, ବସନ୍ତ ପ୍ରଧାନ,ଓ ନାରାୟଣ ପ୍ରଧାନ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ