ପୁଅର ମୃତ୍ୟୁ ପରେ ଶାଶୁଶଶୁରଙ୍କୁ ବୋହୁ ଘରୁ ତଡିଦେଲା

କେନ୍ଦ୍ରାପଡା : ବଡପୁଅର ମୃତ୍ୟୁ ହୋଇଯିବା ପରେ ବୃଦ୍ଧ ଶଶୁର ଓ ବୃଦ୍ଧା ଶାଶୁଙ୍କୁ ବୋହୁ ଘରୁ ତଡି ଦେଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମର ୮୬ବର୍ଷର ବୃଦ୍ଧ ଦୋଳଗୋବିନ୍ଦ ପରିଡା ଓ ତାଙ୍କ ପତ୍ନୀ ୮୦ବର୍ଷର ବୃଦ୍ଧା କାଳି ପରିଡାଙ୍କ ବଡପୁଅ ପ୍ରଶାନ୍ତ ପରିଡାଙ୍କ ମୃତ୍ୟୁ ହୋଇଯିବା ପରେ ପ୍ରଶାନ୍ତଙ୍କ ବିଧବା ପତ୍ନୀ ସୁକାନ୍ତି ପରିଡା ଶାଶୁ କାଳି ଓ ଶଶୁର ଦୋଳଗୋବିନ୍ଦଙ୍କୁ ଖାଇବାକୁ ପିଇବାକୁ ନଦେଇ ମାରଧର କରିବା ସହିତ ନାନାଦି ନିର୍ଯ୍ୟାତନା ଦେଇ ଘରୁ ବିଦା କରିଦେଇଥିବା ଜିଲ୍ଲାପାଳଙ୍କ ନିକଟରେ ଦୁଇ ବୃଦ୍ଧବୃଦ୍ଧା ଅଭିଯୋଗ କରିଥିବା ଜଣାପଡିଛି । ଦୋଳଗୋବିନ୍ଦ ଓ କାଳି ସେହି ଗ୍ରାମରେ ଅନ୍ୟ ଜଣକ ଘରେ ଆଶ୍ରୟ ନେଇଥିବା ବେଳେ ବୋହୁ ସୁକାନ୍ତି ଗୁଣ୍ଡା ଲଗାଇ ସେମାନଙ୍କୁ ବିଭିନ୍ନ ସମୟରେ ଧମକ ଦେବା ସହ ଦୋଳଗୋବିନ୍ଦ ତାଙ୍କ ଚାଷଜମିରେ ଅନ୍ୟର ସହାୟତାରେ ଚାଷକରି ରୋଇଥିବା ବେଳେ ସେହି ଚାଷଜମିକୁ ଜୋରଜବରଦସ୍ତି ବୋହୁ ଏବଂ ନାତି ନଷ୍ଟ କରିଦେଉଥିବା ସେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ କଲେ ବୋହୁ ବାରମ୍ବାର ସେମାନଙ୍କ ଉପରେ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ସେମାନେ ଜିଲ୍ଲାପାଳଙ୍କ ନିକଟରେ ସେମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇଦେବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ