ଶିକ୍ଷକମାନଙ୍କୁ ‘କରୋନା ଯୋଦ୍ଧା’ ଭାବେ ଘୋଷଣା ସହ ସେମାନଙ୍କ ମୃତ୍ୟୁପାଇଁ ୫୦ଲକ୍ଷ କ୍ଷତିପୂରଣ ଦିଆଯାଉ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ରାଜ୍ୟରେ ଥିବା ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ସେମାନେ ସଂକ୍ରମିତ ହୋଇ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ ବୋଲି ଜନ ଅଧିକାର ପାର୍ଟି (ଲୋ)ର ରାଷ୍ଟ୍ରୀୟ ମହାସଚିବ ଦେବାଶିଷ ମିଶ୍ର ସରକାରଙ୍କଠାରେ ନିବେଦନ କରିଛନ୍ତି । ଏଯାବତ୍ ରାଜ୍ୟରେ କରୋନାରେ ସଂକ୍ରମିତ ହୋଇ ୭ଜଣ ଶିକ୍ଷକ ମୃତ୍ୟୁବରଣ କରିସାରିଲେଣି । ସେମାନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଆର୍ôଥକ ସହାୟତା ଯୋଗାଇ ଦିଆଯାଇନାହିଁ । ଫଳରେ ସେମାନଙ୍କ ପରିବାର ଅତି ଦୟନୀୟ ଭାବେ ଜୀବନ ଯାପନ କରୁଛନ୍ତି । କରୋନାରେ ଚିକିତ୍ସକ ବା ସ୍ୱାସ୍ଥ୍ୟକର୍ମୀମାନଙ୍କର ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି । କେନ୍ଦ୍ର ସରକାର କରୋନାକୁ ଏକ ଯୁଦ୍ଧ ଭାବେ ଘୋଷଣା କରି କେବଳ ଡ଼ାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସହାୟତା ରାଶି ପ୍ରଦାନ କରୁଥିବା ବେଳେ ମୃତ୍ୟୁବରଣ କରୁଥିବା ଶିକ୍ଷକମାନଙ୍କ ପରିବାରକୁ କାହିିଁକି ଆର୍ଥିକ ସହାୟତା ଦିଆନଯିବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । କରୋନାରେ କାର୍ଯ୍ୟରତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କୁ ‘କରୋନା ଯୋଦ୍ଧା’ ଭାବେ ରାଜ୍ୟ ସରକାର ଘୋଷଣା କରନ୍ତୁ ଏବଂ ସେମାନଙ୍କ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ