ଭଦ୍ରକ ସହ ଗାନ୍ଧିଜୀଙ୍କ ନିବିଡ଼ ସମ୍ପର୍କର ସ୍ମୃତି ଚିହ୍ନ ଗାନ୍ଧୀ ପଡ଼ିଆ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ସ୍ୱାଧୀନତା ସଂଗ୍ରାମ ସମୟରେ ମହାତ୍ମା ଗାନ୍ଧୀ ତାଙ୍କର ପ୍ରଥମ ଓଡ଼ିଶାଗସ୍ତ କାଳରେ ୧୯୨୧ ମସିହା ମାର୍ଚ୍ଚ ୨୫ ତାରିଖରେ ଭଦ୍ରକଠାରେ ପହଞ୍ôଚଥିଲେ । ସ୍ଥାନୀୟ ଏସ୍‌ଡିଓ ଗାଡ଼ିରେ ଆଣିବାକୁ ଅନୁମତି ନ ଦେବାରୁ ରେଳ ଷ୍ଟେସନରୁ ପାଦରେ ଚାଲି ଚାଲି ଆସି ମହାତ୍ମା ଗାନ୍ଧୀ ହଜାର ହଜାର ଜନତାଙ୍କ ଗହଣରେ ସଭାରେ ଉଦ୍‌ବୋଧନ ଦେଇଥିଲେ । ବ୍ରିଟିଶ ଶାସକ ଗାଡ଼ିରେ ଯିବା ବନ୍ଦ କରି ଏହି ଅହିଂସା ଆନ୍ଦୋଳନକୁ ଦବାଇ ଦେବା ପାଇଁ ପ୍ରୟାସ କରୁଥିବାରୁ ମହାତ୍ମା ଗାନ୍ଧୀ ପ୍ରଥମଥର ପାଇଁ ଏହି ଐତିହାସିକ ସଭାରେ ‘ଇସ୍ ସଲତନତ୍ କୋ ସୈତାନିୟତ ଆଗୟେ’ ବୋଲି କହିଥିଲେ, ଯାହା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କେବଳ ସେତିକି ନୁହେଁ, ମହାତ୍ମା ଗାନ୍ଧୀ ଭଦ୍ରକକୁ ଏତେ ଭଲ ପାଉଥିଲେ ଯେ, ସେ ଏଠାକୁ ବାରମ୍ବାର ଗସ୍ତ କରୁଥିଲେ । ଏହି ଗାନ୍ଧୀ ପଡ଼ିଆ କେବଳ ଭଦ୍ରକ ନୁହେଁ, ସମଗ୍ର ରାଜ୍ୟ ପାଇଁ ପବିତ୍ର ପୀଠ ପାଲଟି ଯାଇଛି । ହେଲେ ଗତକାଲି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ ସ୍ମୃତିରେ ଦୀପଦାନ କାର୍ଯ୍ୟକ୍ରମ ଆୟୋଜନ ହେବା ସହ ଏହି ପଡ଼ିଆରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ଭୂମି ପୂଜନ ହୋଇଯାଇଛି । ଚଳିତବର୍ଷ ମହାତ୍ମା ଗାନ୍ଧୀଙ୍କର ଓଡ଼ିଶା ତଥା ଭଦ୍ରକ ଆଗମନର ଶତବାର୍ଷିକୀ ପାଳନ ତଥା ଦେଶବ୍ୟାପୀ ଗାନ୍ଧିଜୀଙ୍କର ୧୫୦ତମ ଜୟନ୍ତୀ ପାଳନ ଅବସରରେ ଏହି ପଡ଼ିଆ ମହାତ୍ମା ଗାନ୍ଧୀ ଓ ତାଙ୍କର ଅନୁଯାୟୀ ଡ଼କ୍ଟର ହରେକୃଷ୍ଣ ମହତାବ, ଜାତୀୟ କବି ବାଞ୍ଛାନିଧି ମହାନ୍ତି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ସୁଭଦ୍ରା ମହାତାବ, ମହମ୍ମଦ ହନିଫ ତଥା ଜିଲ୍ଲାର ସଂଗ୍ରାମୀ ଓ ଶହୀଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୁରକ୍ଷିତ ରହୁ ବୋଲି ଦାବି ହେବା ସହ ରାମ ମନ୍ଦିର ପାଇଁ ଭିନ୍ନ ସ୍ଥାନ ଚୟନ କରାଯାଉ ବୋଲି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଭଦ୍ରକ ଶାଖା ପକ୍ଷରୁ ଦାବୀ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାର ମହାତ୍ମା ଗାନ୍ଧୀ ରାଜ୍ୟର ଯେଉଁ ସବୁ ସ୍ଥାନକୁ ଆସିଥିଲେ ସେସବୁ ସ୍ଥାନର ସୁରକ୍ଷା ସହ ଗାନ୍ଧୀ ସର୍କିଟ ମାଧ୍ୟମରେ ଏହିସବୁ ସ୍ଥାନକୁ ଯୋଡ଼ିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଗାନ୍ଧିଜୀଙ୍କ ୧୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ଐତିହାସିକ ପୀଠରେ ରାମ ମନ୍ଦିର ନିର୍ମାଣ ଅନୁଚିତ୍ ବୋଲି ପ୍ରତିଷ୍ଠାନ ପକ୍ଷରୁ ଇଂ ଅଖିଳ କୁମାର ପାଢୀ, ସମ୍ପାଦକ ଆଡ଼ଭୋକେଟ ତୁଷାରକାନ୍ତି ମହାନ୍ତି, ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ, ପ୍ରଫେସର ଝରଣା ପଟ୍ଟନାୟକ, ଲଲାଟେନ୍ଦୁ ମହାନ୍ତି, ପବନ ଶର୍ମା ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ