ପାକ୍ ସେନା ମୁଖ୍ୟଙ୍କ କାର୍ଯ୍ୟକାଳ ୩ ବର୍ଷ ବଢିଲା
ପାକିସ୍ତାନର ଆର୍ମି ମୁଖ୍ୟ ଜେନେରାଲ ଜାଭେଦ ବାଜୱାଙ୍କ ୨୦୧୬ ମସିହା ଠାରୁ ନଭେମ୍ବର ମାସରେ ସେନାଧକ୍ଷ ଭାବରେ ନିଯୁକ୍ତ ଦିଆଯାଇଥିଲା । ଏହି ନିଯୁକ୍ତି ତକ୍ରାଳିନ ପ୍ରଧାନମନ୍ତ୍ରୀ ନୱାଜ ସରିଫ କରିଥିଲେ । ତାଙ୍କର କାର୍ଯ୍ୟକାଳ ଶେଷ ହୋଇ ଆସୁଥିବା ବେଳେ ପୁଣୀ ତାଙ୍କ କାର୍ଯ୍ୟକାଳ ୩ ବର୍ଷକୁ ବୃଦ୍ଧି କରିଛନ୍ତି ପ୍ରଧାନମନ୍ତ୍ରୀ । ପାକିସ୍ତାନା ପ୍ରଧାନମନ୍ତ୍ରୀ ଇମ୍ରାନଖାନ ସୋମବାର ଏହି ମଞ୍ଜୁର କରିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ତିବ୍ରତା ଲାଗିରହ÷ିଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ,ଏହି ପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତାଙ୍କ କାର୍ଯ୍ୟକାଳ ଶେଷ ଦିନ ଠାରୁ ପୁଣି ଥରେ ଦାଇତ୍ୱ ସମ୍ଭାଳିବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । କାର୍ଯ୍ୟାଳୟ ଇମ୍ରାନ ପକ୍ଷରୁ କ୍ଷେତ୍ରିୟ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।