ଡ଼ିସିବି ବ୍ୟାଙ୍କ ତରଫରୁ ବୃକ୍ଷ ରୋପଣ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଫନି ମହାବାତ୍ୟା ପରେ ରାଜ୍ୟସାରା ବ୍ୟାପକ ବୃକ୍ଷରାଜି ନଷ୍ଟ ହୋଇଥିବା ବେଳେ ଏହାକୁ ପୂରଣ କରିବା ପାଇଁ ଡ଼ିସିବି ବ୍ୟାଙ୍କ ତରଫରୁ ୫୦ଜଣ କର୍ମ•ରୀଙ୍କ ଜରିଆରେ ପ୍ରାୟ ପାଞ୍ଚଶହ ଫଳଗଛ ଯଥା ପିଜୁଳି, ଆମ୍ବ, ସପେଟା, ଲେମ୍ବୁ, ନଡ଼ିଆ ପ୍ରଭୃତି •ରାକୁ ନେଇ ଜେମାଦେଈ ଗ୍ରାମ ନିକଟସ୍ଥ ଜଗନ୍ନାଥ ମନ୍ଦିର, ଶିଶୁ ଉଦ୍ୟାନ ଓ ହାଇସ୍କୁଲ୍ରେ ଲଗା ଯାଇଥିଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମକୁ ସେମାନଙ୍କ ଆଗାମୀ ପିଢୀ ନିମନ୍ତେ ଉତ୍ସର୍ଗୀକୃତ କରିଥିଲେ । ଡ଼ିସିବି ବ୍ୟାଙ୍କର ସିଏସ୍ଆର ନିୟମ ଅନୁଯାୟୀ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଡ଼ିସିବି ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଦୁର୍ଗା ପ୍ରସାଦ ରଥ, ସନ୍ଦିପ ମହାପାତ୍ର, ସତ୍ୟ ମିଶ୍ର, ସୌରଭ ଅଗ୍ରୱାଲ, ପ୍ରିୟବ୍ରତ ସାମଲ, ଜୀବନଜ୍ୟୋତି ସାମନ୍ତରାୟଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।


