ଜିଲ୍ଲାପାଳଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ମହାମାରୀ କରୋନା ସମଗ୍ର ଜିଲ୍ଲାରେ ଦ୍ରୁତ ଗତିରେ ବଢ଼ି ଚାଲିଛି| ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷା କେନ୍ଦ୍ର ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ପରୀକ୍ଷା କରାଯାଉଛି |ସେହିପରି କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ଗୁମାଗଡ ଗୋଷ୍ଠୀ କେନ୍ଦ୍ର ପକ୍ଷରୁ ୯ଜଣିଆ ଡାକ୍ତରି ଦଳ ଟିମ ଦ୍ୱାରା ଲେଙ୍ଗେରୀ ସାହି ପ୍ରାଥମିକ ବିଦ୍ୟାଳୟରେ କୋଭିଡ୧୯ ଆଣ୍ଟିଯେନ ଟେଷ୍ଟ ୩ଟି ଗ୍ରାମର ଗ୍ରାମବାସୀଙ୍କ ୭୬ ଜଣଙ୍କ ନମୁନା ସଂଗ୍ରହ କରାଯାଇଛି|ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଡକ୍ଟର ଏଲିନା ଚାନ୍ଦ, ସହ ଶିକ୍ଷୟତ୍ରୀ କୁମୁଦିନୀ ନାୟକ, ସରପଞ୍ଚ ତପସ୍ୱିନୀ କହଁର, ସମିତି ସଭ୍ୟ ମନୋଜ କହଁରଙ୍କ ସମେତ ୩ ପଞ୍ଚାୟତର ଅଙ୍ଗନୱାଡ଼ି ଓ ଆଶାକର୍ମୀ ମାନଙ୍କ ସାହାଯ୍ୟ ଓ ସହଯୋଗ କରୁଛନ୍ତି |ପ୍ରକାଶ ଥାଉକି କନ୍ଧମାଳ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡ଼ି ଓ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ପରିଦର୍ଶନ ଓ ଉପସ୍ଥିତି ସମସ୍ତଙ୍କୁ ଉତ୍ସାହିତ କରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ