ବିପଦର ବନ୍ଧୁ ବାଗଚୀ

କଟକ, (ଶ୍ରୀନିବାସ ରାଉତ): କୋରନା ମହାମାରୀର ଏହି ପରିସ୍ଥିରେ ଯାହା ହାତରେ ଯାହା ହୋଇପାରୁଛି ଲୋକମାନେ ପରସ୍ପରକୁ ସାହାଯ୍ୟ କରିଆସୁଛନ୍ତି | ଧନୀ ଶ୍ରେଣୀର ଲୋକ ମାନେ ହୁଅନ୍ତୁ କିମ୍ବା ଓଲିଉଡ଼ ଓ ବଲିଉଡ ଅଭିନେତା ହୁଅନ୍ତୁ | ଏହି ସମୟରେ ସମସ୍ତେ ସାହାଯ୍ୟର ହାତ ବଢ଼ାଇଛନ୍ତି | ଏହି ସମୟରେ ବିପଦ ର ବନ୍ଧୁ ଚର୍ଚ୍ଚାରେ ଏବେ ବାଗଚୀ ଦମ୍ପତିଙ୍କ ବଦାନ୍ୟତା | ସୋମବାର ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାଢେ଼ ୭ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ସୁବ୍ରତ ବାଗଚୀ , ଏବଂ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ । ରାଜ୍ୟ ସରକାରଙ୍କ କୋଭିଡ୍ ମୁକାବିଲା ଟିମ୍ ର ମୁଖ୍ୟ ମୁଖପାତ୍ର ତଥା ଦକ୍ଷତା ବିକାଶର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଏବଂ ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଙ୍କୁ ଏବେ ବିପଦର ବନ୍ଧୁ ବୋଲି ସବୁଆଡେ ଚର୍ଚ୍ଚା ହେଉଛି । ଏହି ଅର୍ଥ ବିଶେଷକରି ପୁରୀ ଜିଲ୍ଲାର ଅସହାୟା କ୍ଷୁଦ୍ର ମହିଳା ବ୍ୟବସାୟୀ ମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ