ଭେଂଟିଲେଟରରେ ପ୍ରଣବ
କଟକ ,(ଶ୍ରୀନିବାସ ରାଉତ ): ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା । ସେ ଦିନକୁ ଦିନ ବୋହୁ ପରିମାଣରେ ଅସୁସ୍ଥ ଅନୁଭବ କରୁଛନ୍ତି | ସେ ଗତକାଲିଠୁ ଭେଂଟିଲେଟରରେ ଅଛନ୍ତି । ନୂଆଦିଲ୍ଲୀରେ ଥିବା ଆର୍ମି ରିସର୍ଚ୍ଚ ଓ ରେଫରାଲ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଏହା ଜଣାପଡିଛି । ପ୍ରଣବ ମୁଖାର୍ଜୀଙ୍କ ସ୍ଵାସ୍ଥ୍ୟରେ କୌଣସି ସୁଧାର ଆସିନାହିଁ। ସ୍ଥିତି ଏବେ ବି ଜଟିଳ ରହିଛି। ମୁଖାର୍ଜୀଙ୍କୁ ସୋମବାର ଦିନ ସୈନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସର୍ଜରୀ ପୂର୍ବରୁ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ହସ୍ପିଟାଲ ପକ୍ଷରୁ ଜାରିବୁଲେଟିନରେ କୁହାଯାଇଛି ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ଵାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଘଟିନାହିଁ। ଏବେ ମଧ୍ୟ ସେ ଭେଣ୍ଟିଲେଟରରେ ଅଛନ୍ତି। କିଛି ଦିନ ତଳେ ପ୍ରଣ ମୁଖାର୍ଜୀ ତାଙ୍କ ଘରର ବାଥରୁମରେ ପଡିଯାଇଥିଲେ । ଏହି ସମୟରେ ତାଙ୍କ ମୁଣ୍ଡରେ ବ୍ଲଡକ୍ଲଟ ହୋଇଥିଲା । ପରେ ସୋମବାର ତାଙ୍କ ବ୍ରେନ୍ ସର୍ଜରୀ ପାଇଁ ତାଙ୍କୁ ଆର୍ମି ହସ୍ପିଟାଲକୁ ନିଆଯାଇଥିଲା । ଏହାପରେ ତାଙ୍କ କରୋନା ଟେଷ୍ଟ କରାଯାଇଥିଲା । ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ନିଜେ ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।


