ପାରାଦ୍ୱୀପ ରିଫାଇନାରୀ ରେ କାର୍ଯ୍ୟକ୍ଷମହେଲା କୋଭିଡ୍ କେୟାର ସେଣ୍ଟର
ପାରାଦ୍ୱୀପ, (ପିତବାସ ପ୍ରଧାନ):ଗୁରୁବାର ଦିନ ପାରାଦ୍ୱୀପ ରିଫାଇନାରୀ ଦ୍ୱାରା କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି । ରିଫାଇନାରୀ ଟାଉନସିପ୍ ପରିସରରେ ଥିବା କମ୍ୟୁନିଟି ସେଣ୍ଟର ପରିସରରେ ୬୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ର ଲୋକାର୍ପଣ କରିଛନ୍ତି ନିର୍ବାହୀ ନିର୍ଦ୍ଦେଶକ ତଥା ରିଫାଇନାରୀ ମୁଖ୍ୟ ଟିଡିଭିଏସ୍ ଗୋପାଳକ୍ରିଷ୍ଣା । ରାଜ୍ୟରେ କମ୍ର ବିର୍ଦ୍ଧିଷ୍ଣ କୋରୋନା କୁ ଆଖି ଆଗରେ ରଖି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ବିଭିନ୍ନ ଶିଳ୍ପ ସଂସ୍ଥା ମାନଙ୍କୁ କୋଭିଡ୍ ନିୟନ୍ତ୍ରଣ ପାଇଁ କେୟାର ସେଣ୍ଟର ସ୍ଥାପନ କରିବା ପାଇଁ ନିବେଦନ କରିଥିଲେ । ଏହି ନିର୍ଦ୍ଦେଶାନୁଯାୟୀ ରିଫାଇନାରୀ କର୍ତ୍ତୃପକ୍ଷ ତାଙ୍କ କର୍ମଚାରୀ ମାନଙ୍କ ସୁରକ୍ଷା ନିମନ୍ତେ ଏହି ସେଣ୍ଟର ସ୍ଥାପନ କରିଛନ୍ତି । ଅଭିଜ୍ଞ ଚିକିତ୍ସକ ଓ ଅନୁବବୀ ପାରା ମେଡିକାଲ ଷ୍ଟାଫ୍ ମାନଙ୍କୁ ଏହି ସେଣ୍ଟରରେ ନିୟୋଜିତ କରାଯାଇଛି । ସ୍ୱଳ୍ପ ଲକ୍ଷଣ, ସାମାନ୍ୟ ଲକ୍ଷଣ ଦେଖାଦେଲେ କର୍ମଚାରୀ ମାନଙ୍କୁ ଏହି କୋଭିଡ୍ କେୟାର ସେଣ୍ଟର ରେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ରିଫାଇନାରୀ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରୁ ଜଣାପଡିଛି । କୋଭିଡ୍ ର ନିୟମାବଳୀ ପାଳନ କରାଯିବା ସହ ସାନିଟାଇଜ୍, ସଫେଇ କୁ ଗୁରୁତ୍ୱ ଦିଆଯାଇଛି । ଏହା ପୂର୍ବରୁ ରିଫାଇନାରୀ ପକ୍ଷରୁ ୧୪ ଦିନିଆ କ୍ୱାରେନ୍ଟାଇନ୍ ଓ ଶତ ପ୍ରତିଶତ ସ୍ୱାବ୍ଟେଷ୍ଟ ନିୟମକୁ କହା କଡି ପାଳନ କରାଯାଉଛି । ଏହି ସମୟରେ ପଜିଟିଭ୍ ଚିହ୍ନିତ ବ୍ୟକ୍ତିମାନଙ୍କୁ କୋଭିଡ୍ କେୟାର ସେଣ୍ଟର ଏବଂ ସରକାରୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି । କୋରୋନା ସଂକ୍ରମଣକୁ ରୋକିବାକୁ ଯଥାସମ୍ଭବ ଚେଷ୍ଟା କରିବାକୁ ଶ୍ରୀ ଗୋପାଳକ୍ରିଷ୍ଣା ନିବେଦନ କରିଛନ୍ତି ।


