ଅସହାୟ ଗରୀବଙ୍କ ବନ୍ଧୁ ପାଲଟିଛି ଇ ଲାଇଟ ଫ୍ରେଣ୍ଡସ୍ ଗ୍ରୁପ
ଛତ୍ରପୁର, (ଓ୍ବାଇଏନ୍ଏସ୍):କରୋନା ମହାମାରୀ ଯୋଗୁଁ ଗରୀବ ଅସହାୟ ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଙ୍ଗଠନ ଓ କିଛି ବଦାନ୍ୟ ବ୍ୟକ୍ତି ମାନେ ନିହାତି ଗରୀବ ଅସହାୟ ମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିବା ସହ ସୁଖୀଲା ଖାଦ୍ୟ ସାମଗ୍ରୀ ମଧ୍ୟ ବଣ୍ଟନ କରିଆସୁଥିବା ନଜିର ରହିଛି । ଛତ୍ରପୁର ଅନସ୍ଲୋ ଅନୁଷ୍ଠାନର ୧୯୭୦-୭୧ ବ୍ୟାଚର ଛାତ୍ରମାନେ ଛତ୍ରପୁରର ନିହାତି ଗରୀବ ଅସହାୟ ମାନଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ଏକ ସୁ ପଦକ୍ଷେପ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଇ-ଲାଇଟ ଫ୍ରେଣ୍ଡସ ଗ୍ରୁପ (୧୯୭୦-୭୧) ପକ୍ଷରୁ ଆଜି ଛତ୍ରପୁର ସହରର ୧୬୫ ଜଣ ନିହାତି ଗରୀବ ଅସହାୟ ପରିବାର ମାନଙ୍କୁ ଶୁଖୀଲା ଖାଦ୍ୟ ସାମଗ୍ରୀ ପ୍ୟାକେଟ ବଂଟନ କରାଯାଇଛି । ଏଥିରେ ଇ-ଲାଇଟ ଫ୍ରେଣ୍ଡସ ଗ୍ରୁପ (୧୯୭୦-୭୧) ର ଏନ ପ୍ରଭାକର,ଜି.ଜନ ମୋସେସ୍,ସଂଜୀତ କୁମାର ରାଉଲ ଓ ବିଶ୍ୱଜିତ୍ ଦାଶ ପ୍ରମୂଖ ଉପସ୍ଥିତ ରହି ଗୁରୁବାର ୧୬୫ ଜଣ ଗରୀବ ପରିବାରକୁ ଏହି ଖାଦ୍ୟ ସାମଗ୍ରୀ ପ୍ୟାକେଟ ବଂଟନ କରାଯାଇଛି । କରୋନା ଭଳି ଏହି ମହାମାରୀ ସମୟରେ ଅସହାୟ ଗରିବ ପରିବାର ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ସମୟରେ ଇ ଲାଇଟ ଫ୍ରେଣ୍ଡସ ଗ୍ରୁପର ଏହି ମହତ୍ୱ କାର୍ଯ୍ୟକୁ ସହରବାସିନ୍ଦା ବହୁ ପ୍ରଶଂସା କରିଛନ୍ତି ।