ଅଳ୍ପକେ ବର୍ତ୍ତିଲା ବାଙ୍ଗଲାଦେଶ ଟିମ
ଦକ୍ଷିଣାଞ୍ଚର ଖ୍ରୀଷ୍ଟଚର୍ଚ୍ଚସ୍ଥିତ ଅଲ୍ ନୁର ଓ ଲିନ ଉଡ ମସଜିଦରେ ଶୁକ୍ରବାର ଗୁଳିକାଣ୍ଡ ଘଟିଛି। ଏହି ଘଟଣାରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବହୁ ଆହତ ହୋଇଛନ୍ତି। ଗୁଳିକାଣ୍ଡରୁ ବାଂଲାଦେଶ କ୍ରିକେଟ ଦଳର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁଳିକାଣ୍ଡ ଚାଲିଥିବାବେଳେ ଦଳର ସଦସ୍ୟମାନେ ମସଜିଦରେ ପ୍ରବେଶ କରିଥିଲେ। ନମାଜ ପାଠ କରୁଥିଲେ। ସେମାନଙ୍କୁ ସୁରକ୍ଷିତ ମସଜିଦରୁ ବାହର କରାଯାଇଛି। ମାତ୍ର ସେମାନଙ୍କୁ ଶକ୍ତ ମାନସିକ ଆଘାତ ଲାଗିଛି ବୋଲି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପ୍ରବକ୍ତା ଜଲାଲ ୟୁନୁସ କହିଛନ୍ତି। ଏ ଘଟଣା ସମ୍ପର୍କରେ ବାଂଲାଦେଶ ଓପନିଂ ବ୍ୟାଟ୍ସମ୍ୟାନ ତାମିମ ଇକବାଲ ଟୁଇଟ୍ କରିଛନ୍ତ, ଶୁଟରମାନଙ୍କଠାରୁ ଦଳର ସମସ୍ତ ସଦସ୍ୟ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ଆମକୁ ଡରାଇ ଦେଇଛି। ସେହିଭଳି ଆମେ ବହୁତ ଭାଗ୍ୟବାନ। ଭଗବାନ ଆମକୁ ବଞ୍ଚାଇ ଦେଲେ ବେଲି ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସଫିକର ରହିମ ଟୁଇଟରରେ ଲେଖିଛନ୍ତି। ଦଳ ସହ ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ବାଂଲାଦେଶ ଡେଲି ଷ୍ଟାର ରିପୋର୍ଟର କହିଛନ୍ତି, ଅଲ ନୁର ମସଜିଦରେ ପହଞ୍ଚତ୍ବା ବେଳକୁ ଶୁଟରମାନେ ଆଖିବୁଜା ଗୁଳି ବର୍ଷଣ କରୁଥିଲେ। ଖେଳାଳିଙ୍କ ଚେତାବନୀ ମିଳିବା ପରେ ବସ୍ର ଚଟାଣରେ ଶୋଇପଡ଼ିଥିଲେ।