ମହିଳା ମହାସଙ୍ଘ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ମନକରପୁରର ମହିଳା ମହାସଙ୍ଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମନକରପୁରସ୍ଥିତ ମାଳେଶ୍ୱର କ୍ଲବ ପରିସରରେ ସାମାଜିକ ଦୂରତା ରକ୍ଷା ପୂର୍ବକ ସମାଜସେବୀ ତଥା ବିଜେଡିର ୱାର୍ଡ ସଭାପତି ଗୋଲଖ ଚନ୍ଦ୍ର ପଢିଆରୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ମାଳେଶ୍ୱର କ୍ଲବର ସଭାପତି ଦିଲ୍ଲିପ କୁମାର ସାହୁ ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ପରିଚାଳନା କରିଥିବା ବେଳେ ସମ୍ପାଦିକା ମମତା ସେଠୀ ଓ ସ୍ୱଛସାଥି ଶସ୍ମିତା ବାରିକଙ୍କ ସମେତ ସମସ୍ତ ସଦସ୍ୟମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ସାହୁ, ବାସନ୍ତୀ ବେହେରା, ଭଞ୍ଜକୁମାର ସ୍ୱାଇଁ, କ୍ଷୀରୋଦ ରାଉତ, କାଳନ୍ଦି ଭୋଇ ଓ ମୋନାଲିସା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ