ପୋଖରୀରେ ପଡି ଯୁବକ ମୃତ

ହାଟଡିହି,(ଓ୍ବାଇଏନ୍ଏସ୍) : ହାଟଡିହି ବ୍ଲକ ସଡଙ୍ଗା ଗ୍ରାମରେ ଜଣେ ଯୁବକ ପୋଖରୀରେ ପଡି ମୃତ୍ୟୁବରଣ କରିଛି । ଖବରରୁ ଜଣାଯାଇଛି ଯେ ଅକ୍ଷୟ ପାତ୍ରଙ୍କ ପୁଅ ରାଜେଶ ପାତ୍ର (୧୮) ଆଜି ମଧ୍ୟାହ୍ନରେ ବିଲକୁ ବାପାଙ୍କ ପାଇଁ ଜଳଖିଆ ଦେବାକୁ ଯାଇ ଫେରୁଥିବାବେଳେ ନିକଟସ୍ଥ ଏକ ପୋଖରୀକୁ ଗୋଡ ଧୋଇବାକୁ ଯାଇଥିଲେ । କିନ୍ତୁ ସେଠାରେ ଅସାବଧାନତା ବସତଃ ତାର ଗୋଡ ଖସିଯିବାରୁ ସେ ପାଣିରେ ପଡି ଯାଇ ଦୀର୍ଘସମୟ ପର୍ଯ୍ୟନ୍ତ ବୁଡିଯାଇଥିଲେ । ପରିବାର ଲୋକେ ତାର ଫେରିବା ଡେରି ହେବା ଦେଖି ଖୋଜାଖୋଜି କରିବାପରେ ତାକୁ ଉକ୍ତ ପୋଖରୀରୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ