୩୯୧ କେଜି ଗଞ୍ଜେଇସହ ଦୁଇ ଗିରଫ ଗାଡ଼ିଜବତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଲଗାତାର କିଛିଦିନ ହେବ ଗଞ୍ଜେଇ ଚୋରାଚାଲାଣ କୁ ଧରାଯାଉଛି ଓ କିଛି ବ୍ୟବସାୟୀ ମଧ୍ୟ ବାହାର ରାଜ୍ୟର ଥିବାବେଳେ ଆମ ରାଜ୍ୟରଭି କିଛି ବ୍ୟବସାୟୀ ଅଛନ୍ତି ଯାହା କି ୧୦ବର୍ଷର ରେକର୍ଡ ଭାଙ୍ଗିଛି ଗଜପତି ନୂତନ ଏସପି ତପନ କୁମାର ପଟ୍ଟନାୟକ ଦାଇତ୍ୱ ନେବା ଠାରୁ ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ରାତି ଦିନ ପେଟ୍ରୋଲଙ୍ଗି ଜାରିରହିଛି ଏଥି ମଧ୍ୟରେ କିଛି ବ୍ୟବସାୟୀ ଖସି ଯାଉଥିବା ବେଳେ କିଛି ବଡ଼ ବ୍ୟବସାୟୀ ମାନେ ଧରା ପଡିଛନ୍ତି ଦୁଇଦିନ ସଟଡ଼ାଉନର ଫାଇଦା ନେଇ କିଛି ବେପାରୀ ମାନେ ପରିବା ବାହାନାରେ ଚୋରା ଚାଲାଣ କରୁଥିବା ବେଳେ ଧରା ପଡିଛନ୍ତି ଆଜି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ଅଧୀନରେଏକ ଟିମ ଲୁହାଗୁଡି ଓ ଚାନ୍ଦିପୁଟ ମଧ୍ୟରେ ପେଟ୍ରୋଲଙ୍ଗି କରୁଥିବା ବେଳେ ରା, ଉଦୟଗିରି ପଟୁ ଏକ ମିନିଟ୍ରକ ନଂ ଓଡ଼ି ୦୫ ଜେଡ଼ ୯୪୪୪ କୁ ଅଟକାଇ ଯାଞ୍ଚ କରିଥିଲେ ଏସଆଇ ସୁନୀଲଦଳାଇ ଓ ତାଙ୍କ ଟିମ ଗାଡ଼ି ଯାଞ୍ଚ ସମୟରେ ଗାଡ଼ି ପଛ ପଟେ ୧୩ଟି ବସ୍ତା ଥିବା ଦେଖି ଅଟକାଇ ବିଡ଼ିଓ ବଂଶୀଧର ଖୁସଲା ଉପସ୍ଥିତରେ ଓଜନ କରାଯାଇଛି ୧୩ଟି ବସ୍ତାରେ ୩୯୧କେଜି ଗଞ୍ଜେଇଥିବା ଜଣା ପଡ଼ିଛିଏହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ହେବ ବୋଲି ଥାନା ପକ୍ଷରୁ ଜଣା ପଡ଼ିଛି ଏହା ସହ୨୪ହଜାର ଟଙ୍କା ଜବତ କରିବା ସହ ଦୁଇଜଣ ଙ୍କୁ ଗିରଫ କରିଛି ପୋଲିସ ସେମାନେ ହେଲେ ରା,ଉଦୟଗିରିଥାନା ଅଞ୍ଚଳର ରଣାଲଈଗାଁର ପାଉଲ ପାଣି୨୫,ଅନୁଗ୍ରହ ଲିମା୪୦ ସେମାନଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଉକ୍ତ ଗଞ୍ଜେଇ ଗଞ୍ଜାମଜିଲ୍ଲା ବ୍ରହ୍ମପୁରକୁ ଚାଲାଣ ହେଉଥିଲା ଅନ୍ୟ ପଟେ ଶ୍ରୀ ନାୟକ କହିଛନ୍ତି କଡା ଯାଞ୍ଚ କରିବା ସହ ପେଟ୍ରୋଲଙ୍ଗି ରଖା ଯିବଏବଂ ଚୋରା କାରବାର ଗଞ୍ଜେଇସହ ବେପାରୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି