‘ମୋ ଉପକାରୀ ବଗିଚା’ର ପରିବ୍ୟାପ୍ତ ପାଇଁ ପ୍ରଶାସନିକ ନିଷ୍ପତ୍ତି

ବନ୍ତ,(ଚାନ୍ଦିନୀ ମହାନ୍ତି) : ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ କର୍ମ ନିଯୁକ୍ତି ସୃଷ୍ଟି କରିବା ସହିତ ସବୁଜ ଓ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସରକାର “ମୋ ଉପକାରୀ ବଗିଚା” ଯୋଜନା ପ୍ରଣୟନ କରିଛନ୍ତି । ଏଥିରେ ଗର୍ଭବତୀ, ପ୍ରସୂତି, କିଶୋରୀ ବାଳିକା ଥିବା ପରିବାର ଏବଂ ମହିଳା ମୁଖ୍ୟ ଗରିବ ଆଦିବାସୀ ଓ ହରିଜନ ପରିବାରକୁ ସାମିଲ କରିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ଓଏଲଏମ୍ ବିଭାଗକୁ ଦାୟୀତ୍ୱ ଦିଆଯାଇ ୧୩ଟି ଇଣ୍ଟେନସିଭ୍ ଗ୍ରାମ ପଞ୍ଚାୟତରୁ ୧୩ ଶହ ହିତାଧିକାରୀ ଚୟନ କରାଯାଇଛି । ବିଭିନ୍ନ ଗ୍ରାମ ପଞ୍ଚାୟତର ବାଦ ପଡିଥିବା କିଛି ଯୋଗ୍ୟ ଇଛୁକ ହିତାଧିକାରୀ ମୋ ଉପକାରୀ ବଗିଚାରେ ନାମ ସାମିଲ କରିବା ପାଇଁ ପ୍ରଶାସନକୁ ଆବେଦନ କରିଥିଲେ । ଗ୍ରାମାଞ୍ଚଳର ଲୋକ ମାନଙ୍କର ମୋ ଉପକାରୀ ବଗିଚା ହିତାଧିକାରୀ ହେବାକୁ ଆଗ୍ରହ ଏବଂ ମନରେଗା ଯୋଜନା ପର୍ଯ୍ୟାପ୍ତ ଅର୍ଥର ସଦୁପଯୋଗ ମାଧ୍ୟମରେ ମୋ ଉପକାରୀ ବଗିଚା ମାଧ୍ୟମରେ କର୍ମନିଯୁକ୍ତି ସୃଷ୍ଟି କରାଯାଇ ପୃଷ୍ଟିକର ଖାଦ୍ୟ ପାଇବା ଲକ୍ଷ୍ୟରେ ଏହି ଯୋଜନାକୁ ପରିବ୍ୟାପ୍ତ କରାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ଓଏଲଏମ୍ ମାଧ୍ୟମରେ ଚୟନ ହୋଇଥିବା ୧୩ ଶହ ହିତାଧିକାରୀଙ୍କୁ ଛାଡି ସମସ୍ତ ଗ୍ରାମ ପଞ୍ଚାୟତର ଇଛୁକ ହିତାଧିକାରୀ ମାନଙ୍କୁ ଏଥିରେ ସାମିଲ ପାଇଁ ଗ୍ରାମ ପଞ୍ଚାୟତ ଏବଂ ବ୍ଲକରେ ଆବେଦନ କରିବାକୁ କୁହାଯାଇଛି । ଏହାଦ୍ୱାରା ହିତାଧିକାରୀ ଚୟନରେ ଆଉ ବାଛବିଚାର ରହିବ ନାହିଁ । ଅଧିକ କର୍ମନିଯୁକ୍ତି ସୃଷ୍ଟି ହୋଇ ମନରେଗା ଅର୍ଥର ବିନିଯୋଗ ହୋଇପାରି ବୋଲି ଆଶା ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ