ଟ୍ରାକ୍ଟର ଦୁର୍ଘଟଣାରେ ବାଇକ୍ ଚାଳକ ଆହତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ରାସ୍ତାରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ଆହତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ଶୁକ୍ରବାର ବନ୍ତ ତହସିଲ କାର୍ଯ୍ୟାଳୟର ଡ୍ରାଇଭର ଉମାକାନ୍ତ ରାଉତ ତହସିଲ ଅଫିସକୁ ବାଇକ୍ ଯୋଗେ ଆସୁଥିବା ବେଳେ ରାମକୃଷ୍ଣପୁର ରାସ୍ତାର ବାଲୋ ଶାସନ ଠାରେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ସେଠାରେ ତାଙ୍କ ଗୋଡ ପ୍ଲାଷ୍ଟର କରାଯାଇଥିଲା । ଦୁର୍ଘଟଣାରେ ବାଇକ୍ ନଷ୍ଟ ହୋଇଥିବା ଜଣାଯାଇଛି । ଏସମ୍ପର୍କରେ ରବିବାର ଉମାକାନ୍ତ ରାଉତ କେନ୍ଦୁଆପଦା ଫାଣ୍ଡିରେ ଅଭିଯୋଗ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ