ନୂତନ ଥାନା ଅଧିକାରୀଙ୍କ ଅଭିନବ ଉଦ୍ୟମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଂଜାମ ଜିଲ୍ଲା ହିଞ୍ଜିଳି ଥାନାରେ ଗତ ୧୫ ଦିନ ପୂର୍ବରୁ ଥାନା ଅଧିକାରୀ ଭାବେ ଅଭିମନ୍ୟୁ ଦାଶ ଯୋଗ ଦେଇଛନ୍ତି । ଯୋଗଦାନ କରୁ କରୁ ହିଞ୍ଜିଳି ଥାନା ଅଂଚଳର ବିଭିନ୍ନ ଗ୍ରାମାଂଚଳର ପାନ ଦୋକାନ ଓ ହୋଟେଲ ଗୁଡ଼ିକରେ ଚଢାଉ କରି ଅନୈତିକ ଭାବେରେ ବିକ୍ରୟ କରୁଥିବା ମଦ ବେପାରୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛନ୍ତି । ହିଞ୍ଜିଳି ଥାନା ଅଂଚଳରେ ହେଉଥିବା ଚୋରୀ, ଡ଼କାୟତିକୁ କିଭଳି ରୋକାଯାଇପାରିବ ସେ,ନେଇ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । ଏଥିରେ ସହରର ଲୋକମାନେ ଅନ୍ୟସ୍ଥାନକୁ ଯାଉଛନ୍ତିତେବେ ପୋଲିସକୁ ଜଣାଇ ବାହାରକୁ ଯିବାକୁ ଅନୁରୋଧ କରାଯାଇଛି । ଲୋକେ ପୋଲିସକୁ ସୂଚନା ଦେଇ ବାହାରକୁ ଗଲେ ପୋଲିସ ତରଫରୁ ଉକ୍ତ ଲୋକଙ୍କ ଘରକୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି । ପୁଣି ବାହାରକୁ ଯିବା ସମୟରେ ଘରର କବାଟ, ଝରକା, ଲାଇଟକୁ ବନ୍ଦ କରିବା ସହ କେଉଁଠାକୁ ଯାଉଛନ୍ତି, କାହାକୁ ନଜଣାଇବା ସହ ସୋସିଆଲ ମିଡ଼ିଆରେ ନଛାଡ଼ିବାକୁ ଅନୁରୋଧ କରାଯାଇଛି । ପୁଣି ଅଜଣା ବ୍ୟକ୍ତି, ଫେରିବାଲା, ଛଦ୍ମବେଶୀ ଭିକାରୀ, ଜରି ଗୋଟାଳିଙ୍କୁ ତୀକ୍ଷ୍ମ ଦୃଷ୍ଟିରେ ଦେଖିବା ଭଳି ସତର୍କ କରାଯାଇଛି । ଏହା ସହ ସାହି ପାଡ଼ୋଶୀଙ୍କ ସହ ଉତମ ସମ୍ପର୍କ ସ୍ଥାପନ ରଖିବାକୁ ପରାମର୍ଶ ଦିଆଯାଇଛି । ଏହା ଦ୍ୱାରା ଚୋରୀ ଡ଼କାୟତି ହେବାର ସମ୍ଭାବନା କମ୍ ଥିବା ପୋଲିସ ପକ୍ଷରୁ କୁହାଯାଇଛି । ଅନ୍ୟ ପକ୍ଷରେ ପୋଲିସ ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଂଶସା କରାଯାଇଛି ।


