ହାଟଡିହି ବ୍ଲକରୁ ପୁଣି ୫ପଜେଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ ହେଲା

ହାଟଡିହି, (ଓ୍ବାଇଏନ୍ଏସ୍) : ହାଟଡିହି ବ୍ଲକରୁ ଗତ ଶନିବାର ଦୁଇଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଆଜି ୫ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ୧୬୩ରେ ପହଞ୍ଚିଛି । ଗତକାଲି ଚିହ୍ନଟ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ହାବଳେଶ୍ୱର ପଞ୍ଚାୟତ ଜମ୍ଭରା ଟିଏମସିରୁ ହୋଇଥିବାବେଳେ ଅନ୍ୟ ଜଣେ ମରୈଗାଁ ପଞ୍ଚାୟତ ବେତିରା ଗ୍ରାମର ବୋଲି ଜଣାପଡିଛି । ଗତକାଲି ପଜେଟିଭ ରିପୋର୍ଟ ଆସିବାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି । ସେହିପରି ଆଜି ଚିହ୍ନଟ ହୋଇଥିବା ୫ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ଡଅଁର ପଞ୍ଚାୟତର ସରଳା ଗ୍ରାମର ହୋଇଥିବାବେଳେ ସେ ପୁର୍ବ ସଂକ୍ରମିତଙ୍କ ସଂଷ୍ପର୍ଶରେ ଆସିଥିଲେ । ଅନ୍ୟ ଦୁଇଜଣ ଶାସଙ୍ଗ ପଞ୍ଚାୟତର ବୋଲି ଜଣାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ୫ଆକ୍ରାନ୍ତଙ୍କୁ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ