ବିଜେପି ପକ୍ଷରୁ ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ହାଟଡିହି, (ଓ୍ବାଇଏନ୍ଏସ୍) : ଭାରତୀୟ ଜନତା ପାର୍ଟି ପକ୍ଷରୁ ହାଟଡିହି ବ୍ଲକର ବିଭିନ୍ନ ଗ୍ରାମର ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି । କରୋନା ମହାମାରୀ ଯୋଗୁଁ ଲକଡାଉନ ସର୍ଟଡାଉନ ଜାରି ରହିଥିବାବେଳେ ଗରିବ ପରିବାର ଗୁଡିକ ନାନା ଅସୁବିଧାରେ କାଳାତିପାତ କରୁଛନ୍ତି । ଗତକାଲି ୭୪ତମ ସ୍ୱାଧିନତା ଦିବସ ଅବସରରେ ଓ ଆଜି ପୁର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨ୟ ଶ୍ରାଦ୍ଧବାର୍ଷିକ ଅବସରରେ ହାଟଡିହି ଗ୍ରାମର ୧୦୦ଟି ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ସୁଶାନ୍ତ ଜେନା, ପବିତ୍ର ମଡିଲିକ, ମୋହନ ନାୟକ, ହରମୋହନ ଶାସିନି, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିଜୟ ଜେନା, ଅଭିନ୍ନ ଜେନା, ବାସୁଦେବ ଜେନା, ଜଗବନ୍ଧୁ ଜେନା, ଚୁଡାମଣି ମଲ୍ଲିକ, ସଂଗ୍ରାମ ବେହେରା, ସିପୁ ଜେନା ପ୍ରମୁଖ ଉପସ୍ଥିତ ହୋଇ ୧୦୦ପରିବାରକୁ ଚାଉଳ, ଡାଲି, ସାବୁନ, ଚୁଡା, ଚିନି ଆଦି ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ