କେନ୍ଦ୍ରାପଡା ପବ୍ଲିକ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପବ୍ଲିକ ସ୍କୁଲ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସକୋଭିଡ-୧୯ ନିୟମ ଅନୁପାଳନ ପୂର୍ବକ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲର ଅଧ୍ୟକ୍ଷ ବିଜୟ କୁମାର ଜେନା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରତିଷ୍ଠାତା ପ୍ରାଧ୍ୟାପକ ଅଜୟ କୁମାର ରାଉତ, ଶିକ୍ଷକ ଜଗନ୍ନାଥ ନାୟକ, ଶିକ୍ଷୟତ୍ରୀ କଳ୍ପନା ନାୟକ, ମଧୁସ୍ମିତା ସ୍ୱାଇଁ, ପ୍ରଜ୍ଞା ଦାସ, ସ୍ମୃତିମୟୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।