ଏଥର ହେବନି ଗଣେଷପୂଜା.
ତିର୍ତୋଲ , (ଅଭିଷେକ ତ୍ରିପାଠୀ): ଜିଲ୍ଲାରେ ଦିନକୁ ଦିନକୁ କରାନା ମହାମାରୀ କାୟା ବିସ୍ତାର କରୁଥିବାବେଳେ ପ୍ରତ୍ୟକ ଦିନ ଦଶକ ସଂଖ୍ୟା ରେ ପହଞ୍ଚୁ ଥିବା ବେଳେ ଏଥର ବିଘ୍ନ ବିନାଶନ ଙ୍କ ପୂଜା ଫିକା ପଡିଲା ବୋଲି ଚର୍ଚ୍ଚା ହେଉ ଥିବା ବେଳେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସେଥିପାଇଁ ଚିଠି ସଂଖ୍ୟା ୮୭୩ରେ ସମସ୍ତ ପୋଲିସ ପ୍ରଶାସନ ବିଡ଼ିଓ ତହସିଲଦାର ମାନଙ୍କୁ ସମସ୍ତ କ୍ଳବ ଓ ସ୍କୁଲ କଲେଜ ଓ ବିଭିନ୍ନ ଧର୍ମାନୁଷ୍ଟାନ ରେ ଏକତ୍ରି କରଣ ହୋଇ ଗଣେଷ ପୂଜା ନ ପାଳିବାକୁ ନିର୍ଦେଶ ଦିଆ ଯାଇଛି , ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ବରଷକୁ ଥରେ ଚାହିଁ ରହିଥିବା ମୃତ୍ତି କାରିଗର ନିଜର ପେଟପାଟଣା ଉପରେ ପ୍ରଭାବ ପକାଇଛି ଏହାକୁ ନେଇ ଜଣେ ମୃତ୍ତି କାରିଗର ନିରୋଦ ମୁଦୁଲି ତାଙ୍କ ମତରେ କୁହନ୍ତି କରାନା ସବୁକିଛି ବିଗାଡି ଦେଇଛି ନାଁ ଆମେ ହାଟ ରେ ବିକ୍ରି କରିପାରିଲୁ ନାଁ ମୃତ୍ତି ପାଇଁ କିଏ ଆମକୁ କହୁଛନ୍ତି ଆମ ଦୁଃଖ କୁ କିଏ ବୁଝୁଚି ଆମେ ମୃତ୍ତି ଗଢି ଯାହା ରୋଜଗାର କରିଥାନ୍ତୁ ସେଥିରେ ଆମ ପରିବାର ଚଳିଥାନ୍ତା ସରକାରଙ୍କର ନିଷ୍ପତି କୁ ମାନି ଏଥର ଗଣେଷ ପୂଜା ତ ହେବନି ଆଉ ଆମ ମୃତ୍ତି ନେବ ବା କିଏ ଏହାକୁ ନେଇ କୁମ୍ଭକାର ପରିବାର ମାନଙ୍କ ପାଇଁ କିଛି ସରକାରୀ ସୁବିଧା ଯୋଗେଇ ଦେବାକୁ ଦାବିହେଉଛି |


