ବନ୍ତ ପ୍ରେସ୍ କ୍ଲବ ପକ୍ଷରୁ ନୂତନ ଥାନାଧିକାରୀଙ୍କୁ ଶୁଭେଚ୍ଛା
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଶୁକ୍ରବାର ବନ୍ତ ପ୍ରେସ୍ କ୍ଲବର ସଦସ୍ୟ ମାନେ ବନ୍ତ ଥାନାରେ ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ଆଇଆଇସି ମିନା ବିନ୍ଧାଣୀଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରେସ୍ କ୍ଲବର ସଭାପତି ପତଞ୍ଜଳୀ କରଶର୍ମାଙ୍କ ନେତୃତ୍ୱରେ ଉପସଭାପତି ଉମେଶ ପ୍ରସାଦ କର, ସହ ସଂପାଦକ ହରିନାରାୟଣ ମହାନ୍ତି, କୋଷାଧ୍ୟକ୍ଷ ସଂଗ୍ରାମ କେଶରୀ ଜେନା, ଜ୍ଞାନଦା ପ୍ରସାଦ କରଶର୍ମା, ରମେଶ ଚନ୍ଦ୍ର ପତି, ମାର୍କଣ୍ଡ ଧଡା, ଅସିତ୍ କୁମାର ଓଝା, ରବିନ୍ଦ୍ର ଓଝା, ହରେକୃଷ୍ଣ ପତିଙ୍କ ସମେତ ଅନ୍ୟ ସଦସ୍ୟ ମାନେ ନୂତନ ଆଇଆଇସିଙ୍କୁ ଭେଟି ସ୍ୱାଗତ ଜଣାଇବା ସହ ବନ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ ।