ଶିକ୍ଷକଙ୍କ ବିୟୋଗରେ ଶୋକସଭା
ହାଟଡିହି, (ଓ୍ବାଇଏନ୍ଏସ୍):ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଭୁତପଦା-ଅପସର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସ୍ୱର୍ଗତ ପ୍ରଦୀପ କୁମାର ଖଣ୍ଡେଇଙ୍କ ବିୟୋଗରେ ଏଲକଣିଆ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ର ସମସ୍ତ ନୀତିନିୟମ ମାନି ସାମାଜିକ ଦୁରତା ରକ୍ଷାକରି ସ୍ୱଳ୍ପ ସମୟ ମଧ୍ୟରେ ଏହି ଶୋକସଭା ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ସଂଘର ସଭାପତି ହରମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷକ ମହେନ୍ଦ୍ର କୁମାର ଶାସିନି, ମିହିର କୁମାର ପଣ୍ଡା, ଅନ୍ତର୍ଯ୍ୟାମୀ ରାଉତ, ନାରାୟଣ ଚନ୍ଦ୍ର ଲେଙ୍କା, ସୁରେନ୍ଦ୍ର କୁମାର ରାଉତ, ମୋହନ କୁମାର ମହାନ୍ତି, କାହ୍ନୁ ଚରଣ ମିଶ୍ର, ରମେଶ ଚନ୍ଦ୍ର ରାଉତ, ଗୋପବନ୍ଧୁ ସାହୁ, ଅଭୟ କୁମାର ଜେନା, ନିରାକାର ନାୟକ, ସୁରେନ୍ଦ୍ର କୁମାର ବଳ, ହରେକୃଷ୍ଣ ସାହୁ, ଅମୁଲ୍ୟ କୁମାର ଜେନା, ଅଲେଖ ଚନ୍ଦ୍ର ପରିଡା, ରାଜକିଶୋର ବାରିକ, ହରିହର ସାମଲ, ଚିତ୍ତରଞ୍ଜନ ମଲ୍ଲିକ, ସୁଦର୍ଶନ ପଣ୍ଡା, ଉତ୍ତମ କୁମାର ସ୍ୱାଇଁ, ଦେବପଦତ୍ତ ନାୟକ, ପ୍ରଭାତ ସେନାପତି ପ୍ରମୁଖ ଦିବଂଗତ ଶିକ୍ଷକ ପ୍ରଦୀପ କୁମାର ଖଣ୍ଡେଇଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ପରଲୋକଗତ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।