ଜଣାପଡ଼ିଲା ରୂପକୁଣ୍ଡ କଙ୍କାଳର ରହସ୍ୟ

ହିମାଳୟରେ ବହୁ ପ୍ରାକୃତିକ ହ୍ରଦ ଓ କୁଣ୍ଡ ମଧ୍ୟରେ ରୂପକୁଣ୍ଡ ହ୍ରଦ ପୂରା ଭିନ୍ନ । ହିମାଳୟର ୫,୦୨୯ ମିଟର ଉଚ୍ଚରେ ଥିବା ଏହି ହ୍ରଦ ଭିତରେ ଓ ତା\’ କୂଳରେ ମାନବ ଅସ୍ଥି କଙ୍କାଳ ସବୁ ପଡିରହିଛି । ଏଣୁ ଏହାକୁ ମଧ୍ୟ କଙ୍କାଳର ହ୍ରଦ କୁହାଯାଏ । ନିକଟରେ ଭାରତ, ଆମେରିକା ଓ ୟୁରୋପର ୨୮ ଜଣ ଗବେଷକ ହ୍ରଦରେ ପଡି ରହିଥିବା ଅସ୍ଥି ଓ କଙ୍କାଳର ରହସ୍ୟ ପଦାକୁ ଆଣିଛନ୍ତି । ଏହିସବୁ କଙ୍କାଳ ତିନୋଟି ଆନୁବଂଶିକ ବର୍ଗର ବୋଲି ସେମାନେ କହିଛନ୍ତି । ପପୁଲାର ସାଇନ୍ସ ଜର୍ନାଲ୍ ନେଚର କମ୍ୟୁନିକଶେନ୍ରେ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ରୂପକୁଣ୍ଡର ଗୋଟିଏ ସ୍ଥାନରୁ ଏକାଠି ମିଳିଥିବା ୩୮ଟି କଙ୍କାଳ କୌଣସି ଏକ ବଡ ପ୍ରଳୟରେ ଏକାବେଳକେ ମୃତ୍ୟର ଶିକାର ହୋଇଥିବା ଲୋକାମାନଙ୍କର ବୋଲି ଯାହା ବିଶ୍ୱାସ କରାଯାଉଥିଲା ତାହା ସତ୍ୟ ନୁହେଁ । ମିଳିଥିବା କଙ୍କାଳ ୧ ହଜାର ବର୍ଷ ବ୍ୟବଧାନରେ ବିଭିନ୍ନ ପର୍ଯ୍ୟାୟରେ ମୃତ ହୋଇଥିବା ବ୍ୟକ୍ତିଙ୍କ କଙ୍କାଳ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି । କଙ୍କାଳର ଡିଏନ୍ଏ ପରୀକ୍ଷା କରାଯିବା ପରେ ସେଥିମଧ୍ୟରୁ ୨୩ଟି କଙ୍କାଳ ଦକ୍ଷିଣ ଏସିଆ ଅଞ୍ଚଳର, ୧୪ଟି ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳର ଓ ଜଣେ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ଅଧିବାସୀଙ୍କର ବୋଲି ରିପୋର୍ଟରୁ ଜଣାପଡିଛି । ଆଦି ମାନବଙ୍କ ଡିଏନ୍ଏ ପରୀକ୍ଷା କରିବା ଘଟଣା ଭାରତରେ ପ୍ରଥମେ କରାଯାଇଛି । ଏହା କରିବାରେ ହାଇଦ୍ରାବାଦର ସେଣ୍ଟର ଫର୍ ସେଲୁଲାର ଆଣ୍ଡ୍ ମଲିକ୍ୟୁଲାର ବାୟୋଲୋଜିର ଭୂମିକା ମଧ୍ୟ ଏଥିରେ ରହିଛି । ମୋଟରେ ଗବେଷକମାନେ ୭୬ଟି କଙ୍କାଳର ନମୁନା (୭୨ଟି ବଡ଼ ଅସ୍ଥି ଓ ୪ଟି ଦାନ୍ତ) ପରୀକ୍ଷା କରିବା ପରେ ତାହା ମଧ୍ୟରୁ କିଛି ଭାରତୀୟ ଓ ବେଶି ୟୁରୋପୀୟଙ୍କ କଙ୍କାଳ ବୋଲି ଜାଣିପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ