ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ରୁ ଲୁଟ ଉଦ୍ୟମ

ଗାଙ୍ଗପୁର- ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ଠାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ରୁ ଆଜି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଆସି ଡକାୟତ କରିବା ଉଦେଶ୍ୟରେ ଲୁହା ଗେଟକୁ ଲୁହା କଟା ମେସିନ ସାହାଯ୍ୟରେ କାଟି ବ୍ୟାଙ୍କ ଭିତରେ ପଶିଥିଲେ।ଏହାପରେ ପ୍ରଥମେ ମମଗ୍ଧଙ୍ଖ କ୍ୟାମେରାକୁ ଭାଙ୍ଗିଥିଲେ ଓ ପରେ ବ୍ୟବହୃତ କମ୍ପୁଟର ଗୁଡିକୁ ସଂଯୋଗ ବିତଛିନ୍ନ କରିଥିଲେ। ପରେ ଲକର ତାଲା ଭାଙ୍ଗି ଭିତରକୁଯାଇଥିଲେ କିନ୍ତୁ ଅର୍ଥ ଲୁଟିବାରେ ସଫଳ ହୋଇନଥିଲେ ।ଫଳରେ ରାଗ ବଷତଃ ଆବଶ୍ୟକୀୟ ନଥିପତ୍ରକୁ ଫୋପାଡ଼ି ଦେଇ ପଳାୟନ କରିଥିଲେ।ସୂଚନା ଥାଉକି ବ୍ୟାଙ୍କ ପଡୋଶୀ ଘରକୁ ବହାରପଟୁ ତାଲା ପକାଇଦେଇ ଘରକୁ ଆସିଥିବା କରେଣ୍ଟ ତାରକୁ କାଟି ସେଠାରୁ ବିଦ୍ୟୁତ ତାର ସାହାଯ୍ୟରେ ଲୁହା କଟା କଟର ମେସିନକୁ ଚଳାଇବା ପାଇଁ ଚେଷ୍ଟା କରିଥିଲେ। ସକାଳେ ଶାଖା ପରିଚାଳକ ବିଶ୍ୱନାଥ ପ୍ରଧାନ ଆସି ଶାଖାକୁ ଆସି ଗାଙ୍ଗପୁର ଥାନାକୁ ଖବର ଦେଇଥିଲେ ପରେ ଗାଙ୍ଗପୁର ସସମ ସତ୍ୟ ରଞ୍ଜନ ପ୍ରଧାନ ସଦଳବଳେ ଆସି ଯାଞ୍ଚ କରିଥିଲେ ,ଏହାପରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରି ସାଇଣ୍ଟି ଫିକ ଟିମକୁ ଖବର ଦେଇଛନ୍ତି।ସିସିଟିଭି ଫୁଟେଜର ଯାଂଚରୁ ଦୁଇଜଣ ବ୍ୟକ୍ତି ଜଣା ପଡ଼ୁଥିବା ବେଳେ ଅଧିକା ସୂଚନା ପାଇଁ ପୋଲିସ ଆଶା ପ୍ରକାଶ କରିଛନ୍ତି।\n

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ