ସମବାୟ ଚିନିଶିଳ୍ପ ଲିଃ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ
ଆସିକା (ୱାଇଏନ୍ଏସ୍) : ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ୧୪ଟି କାର୍ଯ୍ୟକାରୀ କମିଟି ସଦସ୍ୟ ପାଇଁ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଯାଇଛି । ଆସିକା ସମବାୟ ଚିନିଶିଳ୍ପ ଲିଃ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ ଗୁରବାର ଅପରାହ୍ନରେ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘ ଲିଃର ସ୍ଥାୟୀ ସଭାପତି ରୂପେ ବରିଷ୍ଠ ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା ରହିଥିଲା ବେଳେ ଉପସଭାପତି ରୂପେ ଏଆଇଟିୟୁସିର ରାଜ୍ୟ ପରିଷଦ ସଦସ୍ୟ ପ୍ରଦୀପ ସେଠୀ, ଆଇନ ପରାମର୍ଶଦାତା ତଥା ଉପଦେଷ୍ଟା ରୂପେ ବରିଷ୍ଠ ଆଇନଜୀବୀ ବିଦେଶୀ ନାହାକ, କାର୍ଯ୍ୟକାରୀ ସଭାପତି ରୂପେ ଦିଲୀପ କୁମାର ସ୍ୱାଇଁ ଓ କୈଳାଶ ଚନ୍ଦ୍ର ପଟ୍ଟନାୟକ, ସାଧାରଣ ସଂପାଦକ ରୂପେ ଦାମୋଦର ସିୟ, ସହସଂପାଦକ ରୂପେ ଏସ୍.ନାଗେଶ୍ୱର ରାଓ, ଯୁଗ୍ମ ସଂପାଦକ ରୂପେ ମନୋଜ କୁମାର ନାହାକ, କୋଷାଧ୍ୟକ୍ଷ ରୂପେ କୈଳାଶ ଚନ୍ଦ୍ର ଗୌଡଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିବା ଜଣାପଡିଛି ।


