ବିନା ନୋଟିଶରେ ପ୍ରଶାସନ ଭାଙ୍ଗିଲା ମହାବୀର ମନ୍ଦିର

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ପ୍ରବେଶ ପଥ ନିକଟରେ ବହୁ ବର୍ଷ ହେବ ମହାବୀର ମନ୍ଦର ପ୍ରତିଷ୍ଠା ହୋଇ ପୂଜା ପାଉଥିଲେ । ଗ୍ରାମବାସୀଙ୍କ କହିବା ମୁତାବକ କାକଟପୁର ତହସିଲ ପ୍ରଶାସନ ଗ୍ରାମବାସୀଙ୍କୁ କୌଣସି ନୋଟିସ ନଦେଇ ଜୋର ଜବରଦସ୍ତି ପୋଲିସ ଉପସ୍ଥିତ ରେ ଜେସିବି ସାହାଯ୍ୟରେ ମନ୍ଦିର ଗୃହକୁ ଭାଙ୍ଗି ଦେଇଛନ୍ତି । ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ପ୍ରଶାସନ ବିରୁଦ୍ଧରେ ଆନ୍ଦୋଳନ କରିବା ସହ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପ୍ରଶାସନ ନୋଟିସ ନଦେଇ କାହା ନିର୍ଦେଶରେ ଏଭଳି କାର୍ଯ୍ୟ କରିଛି ବୋଲି ଜଗତସିଂହପୁର ସାଂସଦଙ୍କ  କାକଟପୁର ପ୍ରତିନିଧି କୈଳାଶ ନାୟକ, କାକଟପୁର ବିଶ୍ୱହିନ୍ଦୁ ପରିଷଦର ସଭାପତି କାବୁଲା ବିଶ୍ୱାଳ ସହିତ ଶ୍ରୀରାମପୁର ଗ୍ରାମବାସୀ ମଙ୍ଗୁଳି କାଣ୍ଡି, କାଳନ୍ଦୀ କାଣ୍ଡି,ସବିତା ଦାସ କହିଥିବା ବେଳେ ପ୍ରଶାସନ ତରଫରୁ ମହାବୀର ମନ୍ଦିର ଗୃହ ଭଙ୍ଗା ଯାଉଥିବା ସମୟରେ ବାଜପୁର ଗ୍ରାମର ସମ୍ପଦ ନଦୀ ଗ୍ରାମବାସୀଙ୍କୁ ଅସଭ୍ୟ ଭାଷା ରେ ଜାତୀୟଣା ଆକ୍ଷପକରୀ ଗାଳିଗୁଲଜ କରିବା ସହ ଜୀବନରୁ ମାରୀ ଦେବେ ବୋଲି କହିବା ପରେ ଗ୍ରାମର ଶତାଧିକ ଗ୍ରାମବାସୀ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ କାକଟପୁର ତହସିଲଦାରଙ୍କୁ ଭେଟିବା ପରେ ଉକ୍ତ ଘଟଣାକୁ ତଦନ୍ତ କରି ଆପସ ବୁଝାମଣା କରିବା ପାଇଁ ଚେଷ୍ଠା କରିବୁ ବୋଲି କହିଛନ୍ତି କ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ