ଆସିକାରେ ପେଟ୍ରୋଲ ବିକ୍ରୀରେ କଟକଣା !
ଆସିକା (ୱାଇଏନ୍ଏସ୍) : ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ଗୁଡିକୁ ଗତ କିଛି ଦିନ ହେଲା ଆବଶ୍ୟକତା ଅନୁଯାୟୀ ପେଟ୍ରୋଲ୍ ଆସୁନଥିବା ଯୋଗୁଁ ଗ୍ରାହକଙ୍କୁ ପେଟ୍ରୋଲ ବିକ୍ରୀ କ୍ଷେତ୍ରରେ କଟକଣା ଜାରି କରାଯାଇଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ ପେଟ୍ରୋଲ ପମ୍ପ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାଇକ୍ ଚାଳକ ମାନଙ୍କୁ କେଉଁଠି ଶହେ ଟଙ୍କା ତିନି ଶହ ଟଙ୍କା ଭିତରେ ଏବଂ କାର୍ ଚାଳକମାନଙ୍କୁ ଏକ ହଜାର ଟଙ୍କା ଭିତରେ ପେଟ୍ରୋଲ ବିକ୍ରୀ କରୁଥିବା ଜଣାପଡିଛି । ଆସିକା ଅଞ୍ଚଳକୁ କୌଣସି କାରଣରୁ ଗତ କିଛି ଦିନ ହେଲା ଆବଶ୍ୟକତା ଅନୁଯାୟୀ ପେଟ୍ରୋଲ୍ ଗାଡି ଆସିନଥିବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଥିବା ଆଲୋଚିତ ହେଉଛି । ଆସିକା ଅଞ୍ଚଳର ବହୁ ବାଇକ୍ ଚାଳକ ମଧ୍ୟ ଆଗକୁ ପେଟ୍ରୋଲ ମିଳିବ କିି ନାହିଁ ସେହି ଭୟରେ ଆଗୁଆ ପେଟ୍ରୋଲ କ୍ରୟ କରୁଥିବା ଜଣାପଡିଛି । ଗାଡିରେ ପେଟ୍ରୋଲ ପକାଇବା ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ କେତେକ ପେଟ୍ରୋଲ ଟାଙ୍କିରେ ଗ୍ରାହକଙ୍କ ପ୍ରବଳ ଭିଡ ଜମୁଥିବା ଦେଖିବାକୁ ମିଳିଛି ।


