ସମବାୟ ଚିନିଶିଳ୍ପର କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) : ଆସିକା ସମବାୟ ଚିନିଶିଳ୍ପର ଆଖୁ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀ କଳ୍ପତରୁ ପ୍ରଧାନ ଓ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀ ଜି.ପଞ୍ଚୁ ପାତ୍ରଙ୍କୁ ଗୁରବାର ଅପରାହ୍ନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ସମବାୟ ଚିନିଶିଳ୍ପର ଆଖୁ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀ କଳ୍ପତରୁ ପ୍ରଧାନ ଓ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀ ଜି.ପଞ୍ଚୁ ପାତ୍ର ନିଜ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିବା ବେଳେ ଏହି ଅବସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିବା ଆସିକା ସମବାୟ ଚିନିଶିଳ୍ପର କର୍ମଚାରୀ କଳ୍ପତରୁ ପ୍ରଧାନ ଓ ଜି.ପଞ୍ଚୁ ପାତ୍ରଙ୍କୁ ଏହି ଅବସରରେ ମୁଖ୍ୟ ଫାଟକ ନିକଟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆସିକା ସମବାୟ ଚିନିଶିଳ୍ପର ବରିଷ୍ଠ ପରିଚାଳକ (ପ୍ରକ୍ରିୟାକରଣ) ଶ୍ରୀନିବାସ ମହାପାତ୍ର, ବରିଷ୍ଠ ପଦାଧିକାରୀ ଅନିଲ୍ କୁମାର ଦାଶ, ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ସ୍ୱାଇଁ ଓ ସଂପାଦକ ଦମୋଦର ସିୟ, କର୍ମଚାରୀ ସଂଘର ଉପଦେଷ୍ଟା ବିଦେଶୀ ନାହାକ ପ୍ରମୁଖ ଏହି ବିଦାୟକାଳନୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଅବସର ଗ୍ରହଣ କରିଥିବା କର୍ମଚାରୀ କଳ୍ପତରୁ ପ୍ରଧାନ ଓ ଜି.ପଞ୍ଚୁ ପାତ୍ରଙ୍କ ବହୁମୁଖୀ ପ୍ରତିଭା ଓ କାର୍ଯ୍ୟଦକ୍ଷତା ଶୈଳୀ ଉପରେ ଆଲୋକପାତ କରି ସେମାନଙ୍କର କାର୍ଯ୍ୟ କୁଶଳତା, ବ୍ୟବହାର, ନିଷ୍ଠାପର, କର୍ମକ୍ଷେତ୍ରରେ ଦାୟିତ୍ୱବୋଧ ଭୂମିକା, କର୍ମଚାରୀ ଓ ସହକର୍ମୀମାନଙ୍କ ସହ ସୁସଂପର୍କ ଉପରେ ସ୍ମୃତିଚାରଣ କରିବା ସାଙ୍ଗକୁ ସେମାନଙ୍କର ଅବସର ପରବର୍ତ୍ତୀ ଜୀବନ ସୁଖ, ଶାନ୍ତି, ଆନନ୍ଦମୟ, ନିରୋଗ ତଥା ଉଜ୍ଜ୍ୱଳମୟ ହେଉ ବୋଲି ଭଗବାନଙ୍କ ନିକଟରେ କାମନା କରିଥିଲେ । ଏହି ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚିନିଶିଳ୍ପର କର୍ମଚାରୀ ବାଇଧର ନାହାକ, କୈଳାଶ ଚନ୍ଦ୍ର ପଟ୍ଟନାୟକ, ରାମପ୍ରସାଦ ଶତପଥୀ, ଜିତେନ୍ଦ୍ର କୁମାର ଜେନା, ଶିବରାମ ରାଉଳ, ଚାପଧର ରାଉତ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଅର୍ଜୁନ ପାତ୍ର, ଜଗନ୍ନାଥ ପଟ୍ଟନାୟକ, ରାଜେଶ୍ କୁମାର ନାହାକ, ସଂଜୟ କୁମାର ମଳିକ, ଶମ୍ଭୁ ନାହାକ, କାଳିନ୍ଦୀଚରଣ ସାହୁ, ରବିନ୍ଦ୍ର ମହାରଣା, ସୁଜିତ୍ କୁମାର ପୃଷ୍ଟି, ହାଡୁ ପାତ୍ର, ଅମର ନାହାକ, ଆଶିଷ୍ ପରିଡା, ଦେବେନ୍ଦ୍ରନାଥ ସାହୁ, ଅନ୍ତର୍ଯ୍ୟାମୀ ନାହାକ, ତ୍ରିନାଥ ବେହେରା, ଏ.ଚିରଞ୍ଜିବୀ ପାତ୍ର, ଅମିତ୍ କୁମାର ବିଶ୍ୱାଳ, ଧବଳେଶ୍ୱର ମହାନ୍ତି, ଅଶୋକ ପ୍ରଧାନ, ସୁବାସ ପାତ୍ର, ଅତୁଲ୍ୟ ଖଣ୍ଡୁଆଳ, ବଳରାମ ନାହାକ, ସୁରେନ୍ଦ୍ର ବେହେରା, ପ୍ରଦୀପ କାମ୍ପ, ଟୁନା ଗୌଡ, ବିଜୟ କୁମାର ମହାନ୍ତି, ଅଶୋକ କୁମାର ପ୍ରଧାନ, କୈଳାଶ ଚନ୍ଦ୍ର ଗୌଡଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


