ବେଲଗୁଣ୍ଠାରେ ନୃସିଂହ ଚତୁର୍ଦ୍ଦଶୀ ମହାଆଡ଼ମ୍ବରରେ ପାଳିତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ଅଞ୍ଚଳର ଆରାଧ୍ୟ ଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ପୀଠରେ ନୃସିଂହ ଜନ୍ମ ମହୋତ୍ସବ ତଥା ନୃସିଂହ ଚତୁର୍ଦ୍ଦଶୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଅଛି ।ସକାଳ ୫ ଟାରେ ଅବକାଶ ନୀତି,୮ ଟାରେ ବାଳଭୋଗ, ୧୧ଟାରେ ଅନ୍ନ ଭୋଗ,ଦିନ ୧୨ ଟାରେ ପହଡ ନୀତି ହୋଇଥିଲା ।ପରେ ଅପରାହ୍ନ ୪.୩୦ରେ ଦ୍ୱାରଫିଟା ହୋଇ ୫.୩୦ରେ ନୃସିଂହ ଜନ୍ମ ବିଧାନ ପାଳିତ ହୋଇଥିଲା ଆରତୀ ହୋଇଥିଲା ।ସଂଧ୍ୟା ୬.୦୦ଟାରେ ପ୍ରଭୁ ନୃସିଂହଙ୍କ ଦୈନନ୍ଦିନ ଆରତୀ ହୋଇଥିଲା । ଆଜି ଦିନ ତମାମ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଗହଳି ଲାଗି ରହିଥିଲା ।ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ନୃସିଂହ ଜନ୍ମୋତ୍ସବ ପାଳନ କରାଯାଇଥାଏ ।ଏହି ଦିନ ପ୍ରତ୍ୟକ୍ଷ ଠାକୁର ଭାବେ ତଥା ଗୁରୁ ଗୋସାଇଁ ଭାବେ ବେଲଗୁଣ୍ଠା ଅଞ୍ଚଳର ଆୟେଙ୍ଗାର ଗୋସାଇଁଙ୍କୁ ପରମ୍ପରା ଅନୁସାରେ ପ୍ରଥମେ ଆରତୀ ଅର୍ପଣ କରାଯାଇ ପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ ।ଇତିହାସ ଅନୁସାରେ ପ୍ରାୟ ୪୦୦ ବର୍ଷ ପୁର୍ବେ ବେଲଗୁଣ୍ଠା ଲକ୍ଷ୍ମୀ ନୃସିଂହ ମନ୍ଦିରର ପ୍ରତିଷ୍ଠାତା ମହାରାଜ କୃଷ୍ଣଚନ୍ଦ୍ର ଭଞ୍ଜ ଦକ୍ଷିଣ ଓଡ଼ିଶାର ଗୋଦାବରୀ ନଦୀ ତଟରୁ ଆୟେଙ୍ଗାର ଗୋସାଇଁଙ୍କ ପୂର୍ବଜଙ୍କୁ ଘୁମୁସର ଅଞ୍ଚଳର ତଥା ବେଲଗୁଣ୍ଠା ନିକଟର କୋକଲୁଣ୍ଡାରେ ଅବସ୍ଥାପିତ କରିଥିଲେ ।ସେ ସମୟରେ ଗୋସାଇଁଙ୍କ ପୁର୍ବଜ ମାନଙ୍କ ଦ୍ୱାରା ବେଲଗୁଣ୍ଠା ବଡଦାଣ୍ଡ ଠାରେ ଆରାଧ୍ୟ ଦେବ ପ୍ରଭୁ ଲକ୍ଷ୍ମୀ ନୃସିଂହଙ୍କ ପୀଠ ପ୍ରତିଷ୍ଠା କରଯାଇଥିଲା ।ସେହି ଦିନଠାରୁ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ଚଳନ୍ତି ପ୍ରତିନିଧି ଭାବେ ଆୟେଙ୍ଗାର ଗୋସାଇଁଙ୍କ ବଂଶଜ ମାନଙ୍କୁ ବିବେଚନା କରାଯାଇ ନୃସିଂହ ଚତୁର୍ଦ୍ଦଶୀ ଦିନ ସ୍ୱତନ୍ତ୍ର ସମ୍ମାନ ଅର୍ପଣ କରା ଯାଇଥାଏ ।ସମସ୍ତ ନୀତିକାନ୍ତି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା ।ମନ୍ଦିରର ସେବକ ପବିତ୍ର କୁମାର ପଣ୍ଡା, ସତ୍ୟନାରାୟଣ ସ୍ୱାର,ରାମକୃଷ୍ଣ ପଣ୍ଡା, କାଳୀପ୍ରସାଦ ପଣ୍ଡା,ରାଜେନ୍ଦ୍ର ସ୍ୱାର ପ୍ରମୁଖ ପରିଚାଳନା କରିଥିଲେ ।ଏହି ଅବସରରେ ଲକ୍ଷ୍ମୀ ନୃସିଂହ ମନ୍ଦିର ପରିସରରେ ସପନ ମାନସିକ ମେଳା ତରଫରୁ ଏକ ଭକ୍ତିମୟ ପରିବେଶରେ ୧୦୪ ହନୁମାନ ଚାଳିଶା ଓ ଅନୁଷ୍ଠିତ ହୋଇଯାଇଅଛି । ଏଥି ସହିତ ବଡ଼ଦାଣ୍ଡରେ ସଂଧ୍ୟା ସମୟରେ ଗୋଟିଏ ଭଜନ ସମାରୋହ ଆୟୋଜନ କରାଯାଇଥିଲା ଯାହା କି ଆଧ୍ୟାତ୍ମିକ ପରିବେଶକୁ ଦ୍ୱିଗୁଣିତ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ