ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ନିମାପଡ଼ା, (ସନ୍ତୋଷ କୁମାର ଦାଶ): ନିମାପଡ଼ା ବ୍ଲକ ତୁଳସୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁଧାରାଣୀ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆଜି ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ତ୍ରିଲୋଚନ କରଙ୍କ ସଂଯୋଜନାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ପୁର୍ବତନ ପ୍ରଧାନ ଶିକ୍ଷକ ତ‌ଥା ଏବିଇଓ ସୁଦର୍ଶନ ଭୋଇ ସଭାପତିତ୍ଵ କରିଥିଲେ । ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ପାଢୀ, ମୁଖ୍ୟବକ୍ତା ଭାବେ ଶିକ୍ଷକ ନେତା ମାଧବ ଚନ୍ଦ୍ର ବିଶ୍ଵାଳ, ସମ୍ମାନୀତ ଅତିଥି ଭାବେ ଏବିଇଓ ଅଭୟ କୁମାର ବେହେରା, ସ୍ଥାନୀୟ ସରପଞ୍ଚ ମଜଂଶ୍ରୀ ଭୋଇ, ସମିତିସଭ୍ୟା ଝରଣା ସାହୁ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଗୋପୀନାଥ କର,ପ୍ରଧ୍ୟାପକ ପଂଚାନନ ସାହୁ, ପୁର୍ବତନ ପ୍ରଧାନ ଶିକ୍ଷକ ନିରଞ୍ଜନ କର, ଦ୍ଵିଜବର ମୁଦୁଲି, ରବୀନ୍ଦ୍ର କୁମାର ନାୟକ, ବ୍ରଜକିଶୋର ସାହୁ, କୈଳାଶ ଚନ୍ଦ୍ର ତ୍ରିପାଠୀ, ମୂରଲୀଧର ପ୍ରଧାନ, କ୍ଷମାନିଧ‌ି ତ୍ରିପାଠୀ, ସିଆଇସିସି ରବିନ୍ଦ୍ର କୁମାର ତ୍ରିପାଠୀ, ବିଶ୍ବମୋହନ ପାତ୍ର, ନମିତା ଦାସ, ସୁକାନ୍ତ ଭୂୟାଁ, ନୀରଜଂନ ବାରିକ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର କୁମାର ବିଶ୍ଵାଳ, ସଂପାଦକ କଲ୍ୟାଣ କୁମାର ସ୍ଵାଇଁ ,ପରିଚାଳନା କମିଟି ପୂର୍ବତନ ସଭାପତି ଗୌରାଙ୍ଗ ଚରଣ ସାହୁ, ପ୍ରଦୀପ୍ତ କୁମାର ନାୟକ, ଅରକ୍ଷୀତ ଭୋଇ, ସଭାପତି ସିପ୍ରା ଦାସଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ପ୍ରଧାନ ଶିକ୍ଷୟତ୍ରୀଙ୍କ ଗୁଣଗାନ କରିବା ସହିତ ତାଙ୍କର ଅବସର ଜୀବନ ସୁଖ ଶାନ୍ତି ରେ କଟୁ ବୋଲି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସିଆରସିସି ରବୀନ୍ଦ୍ର କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସହକର୍ମୀ, ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଏକ ବିରାଟ ପଟୁଆର ଶୋଭାଯାତ୍ରାରେ ବାଣ ଫୁଟାଇ, ବାଜା ବଜାଇ ବିଦ୍ୟାଳୟ ପରିସରରୁ ତାଙ୍କ ନିଜ ବାସଭବନକୁ ପାଛୋଟି ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ