ବାଇକ ଦୁର୍ଘଟଣାରେ ଜଣେ ଗୁରୁତର
ହାଟଡିହି,(ଓ୍ବାଇଏନ୍ଏସ୍); ବଞ୍ଚୋ ପଞ୍ଚୁଗୋଛିଆ ରାସ୍ତାର ବଞ୍ଚୋ ଗାଁ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ସିଙ୍ଗଡୋବ ଗ୍ରାମର ପବନା ଦେହୁରୀଙ୍କ ପୁଅ ନାରାୟଣ ଦେହୁରୀ ଆଜି ଅପରାହ୍ନରେ ବାଇକ ଧରି ବଞ୍ଚୋ ଗାଁ ଆଡୁ ଆସୁଥିବାବେଳେ ମାଉସୀମା ମନ୍ଦିର ନିକଟରେ ଥିବା ଏକ କେନାଲ ପୋଲ ସହିତ ବାଇକର ଧକ୍କା ହୋଇଥିଲା । ଫଳରେ ନାରାୟଣ ବାଇକରୁ ଛିଟିକି ପଡି ପୋଲ ସହିତ ପିଟି ହୋଇଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀ ମାନେ ପହଞ୍ଚି ଗୁରୁତର ଆହତକୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଛନ୍ତି ।