ଭିଷ୍ମଗିରି ରେ ସବର୍ଣ୍ଣ ,ଅସବର୍ଣ୍ଣ ସଂଘର୍ଷ ମାମଲା

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ଥାନା ଭିଷ୍ମଗିରି ଗ୍ରାମ ନନ୍ଦ କିଶୋର ଗୋ – ଶାଳା ଅନୁଷ୍ଠାନର ଖାତା ନଂ.୧୨୭୦ ରେ ଥିବା ଜମି ଦଖଲକୁ କେନ୍ଦ୍ରକରି ଗୁରୁବାର ଅପରାହ୍ନ ରେ ସବର୍ଣ୍ଣ – ଅସବର୍ଣ୍ଣ ଙ୍କ ମଧ୍ୟରେ ଘଟିଥିଲା ରକ୍ତାକ୍ତ ସଂଘର୍ଷ । ସଂଘର୍ଷରେ ଉଭୟ ଗୋଷ୍ଠୀର ୧୨ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହାତ ହୋଇଥିଲେ । ଆହାତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା କରାଯାଇଥିଲା । ଉଭୟପକ୍ଷ ଙ୍କ ଏତଲାକୁ ଆଧାରକରି ପୋଲିସ (ମାମଲା ନଂ.୧୭୮/୨୦ ଏବଂ ୧୭୯/୨୦) ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି । ଉଭୟ ମାମଲା ରେ ପୋଲିସ ୧୨ ଜଣଙ୍କୁ ଥାନାରେ ଅଟକରଖି ତଦନ୍ତ ଚଳାଇଛନ୍ତି । ଶୁକ୍ରବାର ଦିଗପହଣ୍ଡି ତହସିଲଦାର ତଥା ଏକ ଜି କ୍ୟୁଟିଭ୍ ମାଜିଷ୍ଟ୍ରେଟ ଅଦ୍ଵୈତ କୁମାର ସ୍ବାଇଁ, ଚିକିଟି ଏସ ଡି ପି ଓ ସୁରେନ୍ଦ୍ରନାଥ ମୁର୍ମୁ, ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ, ସରପଞ୍ଚ ପିତାମ୍ବର ଗୌଡ, ରାଜସ୍ବ ନୀରିକ୍ଷକ ଶ୍ରୀକାନ୍ତ ଦୋରା ଙ୍କ ସମେତ ପୋଲିସ କର୍ମଚାରୀ ବୃନ୍ଦ ଭିଷ୍ମଗିରି ଗାଁ ରେ ଉଭୟ ଗୋଷ୍ଠୀ ର ମୁଖିଆ ମାନଙ୍କୁ ଡକାଇ ଗାଁ ରେ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। ସରପଞ୍ଚ ପିତାମ୍ବର ଗୌଡ ଏବଂ ଉଭୟ ଗୋଷ୍ଠୀ ର ମୁଖିଆ ମାନଙ୍କ ଉପସ୍ଥିତିରେ ଆପୋଷ ସମାଧାନ ପାଇଁ ନିଷ୍ପତ୍ତି କରାଯାଇଛି।ବିବାଦର ସମାଧାନ ସମ୍ପର୍କିତ ଲିଖିତ ସ୍ୱିକାରୋକ୍ତି ପତ୍ର ଦିଗପହଣ୍ଡି ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ସରପଞ୍ଚ ଜଣାଇଛନ୍ତି । ଅପରପକ୍ଷରେ ଥାନାରେ ଅଟକ ରଖାଯାଇଥିବା ଅଭିଯୁକ୍ତମାନଙ୍କ କୋଭିଡ -୧୯ ନିୟମାନୁଯାୟୀ ସ୍ଵାବ ପରୀକ୍ଷା ରିପୋର୍ଟ ଆସିବା ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇ.ଆଇ.ସି ବସନ୍ତ କୁମାର ସେଠୀ କହିଛନ୍ତି । ପୋଲିସ ପକ୍ଷରୁ ଗାଁ ରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଶାନ୍ତି କମିଟି ଗଠନ ପାଇଁ ପୋଲିସ ଉଦ୍ୟମ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ