ସନ୍ତୋଷ ହେଲେ ଜିଲ୍ଲା ମିଡ଼ିଆ ଉପାଧ୍ୟକ୍ଷ

ଯାଜପୁର,(ଓ୍ବାଇଏନ୍ଏସ୍): ବ୍ରାହ୍ମଣ ସମାଜ ପକ୍ଷରୁ ଯାଜପୁର ଜିଲ୍ଲାର ମିଡ଼ିଆ ଉପାଧ୍ୟକ୍ଷ ଭାବେ ସନ୍ତୋଷ କୁମାର ରଥ ଙ୍କୁ ରାଷ୍ଟ୍ରିୟ ବ୍ରାହ୍ମଣ ମହାସଂସ୍ଥା ତରଫରୁ ନିଯୁକ୍ତି ପ୍ରଦାନ କରାଯାଇଛି । ସୁଚନାନୁସାରେ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଉତ୍ତରପ୍ରଦେଶ ଆଜାଦ ନଗର ହରଦୋଇ ଠାରେ ରହିଛି । ଏହି ସଂସ୍ଥାର ରାଷ୍ଟ୍ରିୟ ଅଧ୍ୟକ୍ଷ ପଣ୍ଡିତ୍ ଆଦିତ୍ୟ ମିଶ୍ରାଙ୍କ ତରଫରୁ ମିଡ଼ିଆ ଉପାଧ୍ୟକ୍ଷ ସ୍ୱୀକୃତି ପତ୍ର ପ୍ରଦାନ କରାଯାଇଛି । ସମାଜର କଲ୍ୟାଣକୁ ପ୍ରାଧାନ୍ୟ ଦେଇ ଦିର୍ଘଦିନ ଧରି କାର୍ଯ୍ୟ କରୁଥିବା ବ୍ରାହ୍ମଣ ସମାଜ, ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବହାରେ ବ୍ରାହ୍ମଣ ସମାଜର ପ୍ରଚାର ପ୍ରାସର ପାଇଁ ଏହି ନିଯୁକ୍ତି କରାଯାଇଛି । ଏହି ଖବର ପ୍ରଚାରିତ ହେବାପରେ ଯାଜପୁର ଜିଲ୍ଲା ବ୍ରାହ୍ମଣ ସମାଜ ତାଙ୍କୁ ଶୁବେଚ୍ଛା ଜଣାଇଥିବା ବେଳେ ବ୍ୟାସନଗର ପୌରାଞ୍ଚଳ ସ୍ଥିତ ୱାର୍ଡ଼ ନଂମ୍ବର-୧୬ ଉମାପଦା ଗ୍ରାମବାସୀ ଶ୍ରୀ ରଥଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ପୌରାଞ୍ଚଳ ର ବିଭିନ୍ନ ମହଲରୁ ମଧ୍ୟ ଶୁବେଚ୍ଛାର ସୁଅ ଛୁଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ