ମନ୍ଦିରକୁ ଆସନ୍ତି ମହାଭାରତର ଅଶ୍ୱତ୍ଥମା
ମହାଭାରତର ଅଶ୍ୱତ୍ଥମା ଏବେ ବି ମା ‘ଙ୍କ ମନ୍ଦିରରେ ପୂଜା କରନ୍ତି ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି । ଦ୍ୱାପର ଯୁଗର କିଛି କଥା ସହିତ ଜଡ଼ିତ ଥିବା ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାରେ ଯମୁନା ନଦୀ କୂଳରେ ଅବସ୍ଥିତ ମା ‘ କାଳୀଙ୍କ ମନ୍ଦିର ବିଷୟରେ ମାନ୍ୟତା ରହିଛି । ମହାଭାରତର ଅଶ୍ୱତ୍ଥମା ଏବେ ବି ଭୋର୍ରୁ ଆସି ସର୍ବପ୍ରଥମେ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି । ଇଟାୱା ସଦର ମୁଖ୍ୟାଳୟରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଯମୁନା ନଦୀ କୂଳରେ ଅବସ୍ଥିତ ଏହି ମନ୍ଦିରରେ ନବରାତ୍ରି ସମୟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ନିଜ ମାନସିକ ପୂରଣ ପାଇଁ ଦୂରଦୂରାନ୍ତରରୁ ଭକ୍ତମାନେ ଏଠାକୁ ଆସିଥାନ୍ତି । ମନ୍ଦିର ବନ୍ଦ ହେବା ପୂର୍ବରୁ ମୂର୍ତ୍ତିରୁ ସବୁ ଶୁଖିଯାଇଥିବା ଫୁଲଗୁଡ଼ିକୁ ବାହାର କରିଦିଆଯାଇଥାଏ । କିନ୍ତୁ ସକାଳେ ଯେତେବେଳେ ମନ୍ଦିର ଖୋଲାଯାଏ ମନ୍ଦିର ଗର୍ଭଗୃହରେ ଫୁଲଗୁଡ଼ିକ ଏକଦମ୍ ସତେଜ ଅବସ୍ଥାରେ ରହିଥାଏ । ଯାହା ପ୍ରମାଣ କରେ ଯେ କେହି ନା କେହି ଆସି ପୂଜା କରିଥାଆନ୍ତି । ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ, ମହାଭାରତର ଅଶ୍ୱତ୍ଥମା ମା ‘ଙ୍କ ମନ୍ଦିରରେ ଆସି ରାତିରେ ପୂଜା କରିଥାନ୍ତି ।


