ପାରଳାଖେମୁଣ୍ଡି ଗଞ୍ଜାମ ର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ମୋହନା ,(ଅଂଶୁମାନ ପଣ୍ଡା ): ଗଜପତି ଜିଲ୍ଲା ରାଜ୍ୟ ଓ କେନ୍ଦ୍ର ସରକାର ଗମନା ଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ହେଲେ କାମ ହୋଇ ବର୍ଷେ ନ ପୁରୁଣୁ ଖାଲ ହୋଇ ପାଣି ଜମୁଛି ଯାହା ଫଳରେ ଦୁର୍ଘଟଣା ର ଶିକାର ହେଉଛନ୍ତି ଗାଁ ଲୋକମାନେ ଏପରି ଦୃଶ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରୁ ଗଜପତି କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ ମୋହନା ବ୍ଲକ ଠାରୁ ମାତ୍ର ୧୩ କିମି ଦୂର ଆକିଲି ନିକଟସ୍ଥ ହନୁମାନ ମନ୍ଦିର ପାଖରେ ରାସ୍ତା ଖୋଳି ହୋଇଛି ଏହି ରାସ୍ତା ଦେଇ ପ୍ରତେକ ଦିନ ସହ ସହ ଲୋକମାନେ ପାରଳାଖେମୁଣ୍ଡି କୁ ଜାତୟତ କରିଥାନ୍ତି | ଏପରିକି ପାରଳାଖେମୁଣ୍ଡି ରୁ ବ୍ରହ୍ମପୁର, ରାୟଗଡ଼ା କୁ ମଧ୍ୟ ଯାତାୟତ କରିଥାନ୍ତି | ଏହି ରାସ୍ତା ଦେଇ ବୋହୁ ମନ୍ତ୍ରୀ ନେତା ଯିବା ଆସିବା କରନ୍ତି କିନ୍ତୁ କାହାରି ନଜର ପଡ଼େନି ଏହି ରାସ୍ତା ଉପରେ , ବର୍ଷା ଦିନ ହେଲେ ଆଣ୍ଠେ ପାଣି ଜମି ଗାଡି ଚାଲାକ ମାନେ ବୋହୁ ଦୁର୍ଘଟଣାର ଶିକାର ହେଉଛନ୍ତି | ସେପରି ବିଭିନ୍ନ ସ୍ଥାନରେ ଖାଲ ଢେପ ହୋଇଛି | ଜାତୀୟ ରାଜପଥ ୩୨୬ ବ୍ରହ୍ମପୁର ଠାରୁ ରାୟଗଡ଼ା ପାରଳାଖେମୁଣ୍ଡି ତେବେ ଏଥି ପ୍ରତି ଜାତୀୟ ରାଜପଥ ଅଧିକାରୀଙ୍କ ନଜର ପଡୁନି ଯେଉଁଦିନ ଗୋଟିଏ ନିରୀହ ଲୋକ ପ୍ରାଣ ହରାଇବା ସେଦିନପ୍ରଶାସନର ନିଦ ଭାଙ୍ଗିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ