ଚାଷୀଙ୍କୁ ମିଳୁନି ଆବଶ୍ୟକ ୟୁରିଆ ସାର
ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଚାଷୀଙ୍କ ମଧ୍ୟରେ ସାର ପାଇଁ ଚାଲିଛି ଲଢ଼େଇ ଓ ଆବଶ୍ୟକ ସାର ସରକାର ଯୋଗାଇ ଦେଉ ନଥିବାରୁ ଚାଷୀମାନେ ୨୭୫ ଟଙ୍କା ବଦଳରେ ବସ୍ତା ପିଛା ୫୦୦ ରୁ ୬୦୦ ଟଙ୍କା ଦେଇ କଳାବଜାରୀ ପାଖରୁ ୟୁରିଆ ସାର କିଣିବାକୁ ବାଧ୍ୟ ହେଉଛନ୍ତି ଓ ବର୍ତ୍ତମାନ ଧାନ ରୁଆ ସରିବା ପରେ ଧାନ ଗଛ ହୃଷ୍ଟପୁଷ୍ଟ ହୋଇ ମୋକା ଧରିବା ପାଇଁ ୟୁରିଆ ସାରର ଆବଶ୍ୟକ ରହିଛି ଓ ବର୍ତ୍ତମାନ ସରକାର ସେବା ସମବାୟ ସମିତି ଜରିଆରେ ସାର ଯୋଗାଇ ଦେଉଛନ୍ତି ଓ କିନ୍ତୁ ଆବଶ୍ୟକ ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦିଆ ଯାଉନଥିବାରୁ ସାର ଗାଡ଼ି ଶହ ଶହ ଚାଷୀ ସାମାଜିକ ଦୂରତାକୁ ଫୁ କରି ଏକତ୍ରିତ ହୋଇ ସାର ନେବା ପାଇଁ ଲଢ଼େଇ କରୁଛନ୍ତି ଓ ଯାହା ଦ୍ଵାରା କୋଭିଡ-୧୯ ନିୟମକୁ ଉଲ୍ଲଂଘନ କରିବା ସହ ନିଜକୁ ବିପଦ ମୁଖକୁ ଟାଣି ନେଉଛନ୍ତି ଓ ଯାହାର ଉଦାହରଣ ଦେଖିବାକୁ ମିଳିଛି ବେଲଗୁଣ୍ଠାଓ ବ୍ଲକ୍ ଅନ୍ତର୍ଗତ ବଡ଼ ବୋର୍ସିଂ ପଞ୍ଚାୟତରେ ଓ ଆଜି ବଡ଼ ବୋର୍ସିଂ ସେବା ସମବାୟ ସମିତି ଦ୍ଵାରା ସାର ଯୋଗାଇ ଦିଆଯାଉଥିବା ପ୍ରଚାରିତ ହେବା ପରେ ପାଖାପାଖି ହଜାରେ ଚାଷୀ ସାର ନେବା ପାଇଁ ଏକତ୍ରିତ ହୋଇଥିଲେ ଓ ଧୀରେ ଧୀରେ ସାର ଦେଉଥିବା ସମୟରେ ବିଶୃଙ୍ଖଳା ବଢିବାରୁ ସମିତିର ସମ୍ପାଦକ ବେଣୁ ଗୋପାଳ ଭୁୟାଁ ସାର ଦେବା ବନ୍ଦ କରି ପୋଲିସ୍ ର ହସ୍ତକ୍ଷେପ ଲୋଡିଥିଲେ ଓ ପରେ ପୋଲିସ୍ ଉପସ୍ଥିତିରେ ଚାଷୀଙ୍କୁ ସାର ବଣ୍ଟନ କରାଯାଇଥିଲା ଓ ପର୍ୟ୍ୟାପ୍ତ ପରିମାଣର ସାର ଆସୁନଥିବାରୁ ସୋସାଇଟରୁ ଯେଉଁ ମାନେ କୃଷି ଋଣ ନେଇଛନ୍ତି ସେମାନଙ୍କୁ ହିଁ ସାର ଯୋଗାଇ ଦିଆଯାଇଥିଲା ଓ ସୋସାଇଟରୁ ଋଣ ନେଇ ନଥିବା ଚାଷୀ ମାନେ ସାର ନପାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଥିଲା ଓ ସେହିପରି ଗୋବରା ସେବା ସମବାୟ ସମିତିରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା ଓ ଗୋବରା ସେବା ସମବାୟ ସମିତି ଅଧିନରେ ଗୋବରା ଏବଂ ବେଣୀପଲ୍ଲୀ ଦୁଇଟି ପଞ୍ଚାୟତ ଆସୁଥିବାରୁ ପଞ୍ଚାୟତ ଦୁଇଟି ପାଇଁ ୮୫୦ ବସ୍ତା ସାର ଆବଶ୍ୟକ ଥିବା ବେଳେ ମାତ୍ର ୨୦୦ ବସ୍ତା ସାର ଆସିଥିଲା, ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା ଓ ଏଣୁ ସରକାର ଚାଷୀମାନଙ୍କୁ ତୁରନ୍ତ ଆବଶ୍ୟକ ପରିମାଣର ସାର ଯୋଗାଇ ଦେବା ପାଇଁ ବିଭିନ୍ନ ଚାଷୀ ସଂଗଠନ ଦାବି କରିଛନ୍ତି ଓ ଏ ଦିଗରେ ଯଦି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇପାରନ୍ତି ବୋଲି ମଧ୍ୟ ଅଞ୍ଚଳରେ ଅଲୋଚନା ହେଉଛି ଓ